ସିଲହେଲା ରବୀନ୍ଦ୍ର ମେଡିକାଲ ହଲ୍‌

ଭୁବନେଶ୍ୱର : ରାଜଧାନୀର ବାପୁଜୀ ନଗରସ୍ଥିତ ରବୀନ୍ଦ୍ର ମେଡିକାଲ ହଲ୍‌କୁ ଆଜି ସିଲ କରାଯାଇଛି। ଜଣେ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହେବା ପରେ ଭୁବନେଶ୍ୱର ମହାନଗର ନିଗମ ନେଇଛି ଏହି ପଦକ୍ଷେପ। ଅନ୍ୟାଦେଶ ପର୍ଯ୍ୟନ୍ତ ଏହା ବନ୍ଦ ରହିବ ବୋଲି କୁହାଯାଇଥିବା ବେଳେ ରବୀନ୍ଦ୍ରରେ ୧୩ ଜଣ କର୍ମଚାରୀ ଓ ମାଲିକଙ୍କୁ ୧୪ ଦିନିଆ କ୍ୱାରେଣ୍ଟାଇନରେ ରହିବାକୁ ପରାମର୍ଶ ଦିଆଯାଇଛି। କ୍ୱାରେଣ୍ଟାଇନ ସମୟରେ କୋଭିଡ-୧୯ ପରୀକ୍ଷା ଲାଗି କୋଭିଡ ଟିମ ସମସ୍ତଙ୍କର ସ୍ୱାବ ନମୁନା ସଂଗ୍ରହ କରିବେ।

ବିଏମସି ଇଷ୍ଟ ଜୋନାଲ ଡେପୁଟି କମିସନର (ଜେଡଡିସି) ଅଂଶୁମାନ ରଥ କହିଛନ୍ତି ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ କେଉଁମାନେ ଆସିଛନ୍ତି ସେମାନଙ୍କ ସହିତ ଯୋଗାଯୋଗ କରାଯାଉଛି। ଷ୍ଟୋରରେ କାର୍ଯ୍ୟରତ ସମସ୍ତ କର୍ମଚାରୀ ଭୁବନେଶ୍ୱରରର ବିଭିନ୍ନ ସ୍ଥାନରେ କାର୍ଯ୍ୟରତ ଅଛନ୍ତି। ତେଣୁ ସେମାନେ କେଉଁଆଡେ ଯାଇଛନ୍ତି ତାହାର ବିସ୍ତୃତ ବିବରଣୀ ପ୍ରଦାନ କରନ୍ତୁ। ମେଡିସିନ ବିଲରେ ସେମାନଙ୍କର ଫୋନ ନମ୍ବର ଥିବ। ଆମେ ସେମାନଙ୍କର ସହିତ ବ୍ୟକ୍ତିଗତ ଭାବେ ଯୋଗାଯୋଗ କରିବୁ ବୋଲି ସେ କହିଛନ୍ତି।

ମତାମତ ଦିଅନ୍ତୁ ।