ସୀମା ବିବାଦ : ୧୯୫୯ ଚୀନର ଏକତରଫା ନିଷ୍ପତ୍ତିକୁ ମାନିବୁନି : ଭାରତ

ନୂଆଦିଲ୍ଲୀ : ୧୯୫୯ରେ ଚୀନ ଦ୍ଵାରା ପରିଭାଷିତ ଏକତରଫା ପ୍ରକୃତ ନିୟନ୍ତ୍ରଣ ରେଖା (ଏଲଏସି)କୁ କଦାପି ସ୍ଵୀକାର କରାଯିବ ନାହିଁ। ଭାରତ ଚୀନକୁ ରୋକଠୋକ ଭାବେ ଏହା ଶୁଣାଇଛି। ଆଉ ମନ୍ତ୍ରଣାଳୟ ଆଶା ପ୍ରକାଶ କରିଛି ପଡୋଶୀ ଦେଶ ଏକତରଫା ଏଲଏସିକୁ ପରିଭାଷିତ କରିବା କାର୍ଯ୍ୟରୁ ନିବୃତ୍ତ ରହିବ।

ଭାରତ ଲଦାଖକୁ କେନ୍ଦ୍ର ଶାସିତ ଅଞ୍ଚଳର ମାନ୍ୟତା ଦେଇଛି। କିନ୍ତୁ ବେଜିଂ ଏହାକୁ ଆଦୌ ମାନୁନାହିଁ। ଭାରତ ପକ୍ଷରୁ ଲଦାଖରେ ବିଭିନ୍ନ ଭିତ୍ତିଭୂମି କାର୍ଯ୍ୟକୁ ଚୀନ ବିରୋଧ କରୁଛି। ୧୯୫୯ରେ ଭାରତ ସହ ଚୀନ କରିଥିବା ଏକତରଫା ଚୁକ୍ତିକୁ ପାଳନ କରିବା ପାଇଁ ଭାରତ ଉପରେ ଚାପ ପକାଇ ଚାଲିଛି। କିନ୍ତୁ ଭାରତ ୧୯୫୯ର ଚୁକ୍ତିକୁ ପାଳନ କରିବ ନାହିଁ ବୋଲି କହିଥିବା ବେଳେ ଚୀନର ଦାବିକୁ ଭାରତ ପ୍ରତ୍ୟାଖ୍ୟାନ କରିଛି। ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତିରେ କୁହାଯାଇଛି ୧୯୫୯ ମସିହାରେ ଚୀନ ଏକତରଫା ଭାବେ ଏଲଏସିର ସମ୍ପର୍କରେ ନିଷ୍ପତ୍ତି ନେଇଥିଲା। କିନ୍ତୁ ଏହାକୁ ଭାରତ କେବେ ହେଲେ ମାନିବ ନାହିଁ। ୧୯୯୩ ପରେ ଏମିତି ଅନେକ ଚୁକ୍ତି ସୀମାରେ ଶାନ୍ତି ଓ ସ୍ଥିରତା ବଜାୟୀ ରଖିବା ପାଇଁ କରାଯାଇଥିଲା।

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କିହିଛି ଭାରତ ଓ ଚୀନ ଏଲଏସି ଉପରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ପ୍ରତିଶ୍ରୁତିବଦ୍ଧ ହୋଇଥିଲେ। ହେଲେ ଚୀନର ଇଚ୍ଛାଶକ୍ତି ଅଭାବରୁ ଏହା ଆଗକୁ ବଢ଼ି ପାରି ନଥିଲା। ୨୦୦୩ ପର୍ଯ୍ୟନ୍ତ ଉଭୟ ପକ୍ଷରୁ ଏଲଏସି ଉପରେ ଆଲୋଚନା କରିଥିଲେ ଓ ସ୍ଥିରତା ବଜାୟ ରଖିଥିଲେ। କିନ୍ତୁ ଏହା ପରେ ଚୀନ ଏଥିରେ ଆଗ୍ରହ ଦେଖାଇବା ବନ୍ଦ କରିଦେବାରୁ ଆଲୋଚନା ପ୍ରକ୍ରିୟା ଆଗକୁ ବଢ଼ିପାରି ନଥିଲା। ବର୍ତ୍ତମାନ ଚୀନ କହିଛି କେବଳ ଗୋଟିଏ ଏଲଏସି ଅଛି। ଯାହା ପୂର୍ବ ସମ୍ମତିର ଉଲ୍ଲଙ୍ଘନ। ଚୀନ ୧୯୯୫ କଥା କହୁଛି। ହେଲେ ଏହା ଆଦୌ ଗ୍ରହଣୀୟ ନୁହେଁ ବୋଲି ମନ୍ତ୍ରଣାଳୟ ସ୍ପଷ୍ଟ କରିଛି।

ମତାମତ ଦିଅନ୍ତୁ ।