ସୀମାରେ ବିସ୍ଫୋରକ ପରିସ୍ଥିତି : ମୁହାଁମୁହିଁ ସ୍ଥିତିରେ ଭାରତ ଓ ଚୀନ ସେନା

ନୂଆଦିଲ୍ଲୀ : ଚୀନର ଚରିତ୍ର ବଦଳୁନି। ପୁଣି ସୀମାରେ ଉତ୍ତେଜନା ପରିସ୍ଥିତି। ସୀମାରେ ସୈନ୍ୟପ୍ରତ୍ୟାହାର କରି ଉତ୍ତେଜନା ହ୍ରାସ ପାଇଁ ଆଲୋଚନା କରୁଥିବା ବେଳେ ଅନ୍ୟପଟେ ସୀମାରେ ନିଜର ସୈନ୍ୟ ସଂଖ୍ୟା ବଢାଇ ଚାଲିଛି। ଏହାକୁ ଦୃଷ୍ଟିରେ ରଖି ଭାରତୀୟ ସେନା ମଧ୍ୟ ସତର୍କତା ଅବଲମ୍ବନ କରୁଛି।

ମିଳିଥିବା ସୂଚନା ଅନୁଯାୟୀ ଚୀନ ପୂର୍ବ ଲଦାଖସ୍ଥିତ ପେଙ୍ଗାଙ୍ଗ ସୋ ହ୍ରଦ ନିକଟରେ ଥିବା ସ୍ପାଙ୍ଗୁର ଗ୍ୟାପ ନିକଟରେ ହଜାର ହଜାର ସୈନିକ ଓ ଯୁଦ୍ଧ ଉପକରଣ ଠୁଳ କରିଚାଲିଛି। ଏ ଅଞ୍ଚଳକୁ ଭାରତୀୟ ସେନା ଅଧିକାର କରିନେଇଥିବାରୁ ଚୀନ ସେନା ଏବେ ବିବ୍ରତ। ଭାରତୀୟ ସେନାକୁ ତଡ଼ିବାକୁ ଚୀନ ପ୍ରସ୍ତୁତି କରୁଥିବା ଜଣାପଡ଼ିଛି। ଏହାକୁ ଦୃଷ୍ଟିରେ ରଖି ଭାରତୀୟ ସେନା ମଧ୍ୟ ସର୍ବାଧିକ ସତର୍କତା ଅବଲମ୍ବନ କରୁଛି। ଭାରତୀୟ ସେନାର ସ୍ୱତନ୍ତ୍ର କମାଣ୍ଡୋ ବାହିନୀ ଏସଏସଏଫକୁ ଏଠାରେ ମୁତୟନ କରାଯାଇଛି। ସ୍ଥିତି ଏପରି ବିସ୍ଫୋରକ ହୋଇଛି ଯେ ଦୁଇଦେଶର ସେନା ପରସ୍ପରର ଫାୟାରିଂ ଦୂରତ୍ୱରେ ଥିବା କୁହାଯାଉଛି। ଚୀନ ସେନା ତୋପ ଓ ରକେଟ ଲଞ୍ଚର ମୁତୟନ କରିଥିବାରୁ ଭାରତୀୟ ସେନା ମଧ୍ୟ ଅନୁରୂପ ପଦକ୍ଷେପ ନେଇଛି। ଭାରତୀୟ ସେନାର ମୁକାବିଲା କରିବାକୁ ଚୀନ ସେନା ନିଜର ସ୍ୱତନ୍ତ୍ର ପ୍ରଶିକ୍ଷିତ ମିଲିସିଆ ସ୍କ୍ଵାଡକୁ ମୁତୟନ କରିଥିବା ଜଣାପଡିଛି।

ମତାମତ ଦିଅନ୍ତୁ ।