ସୀମାରେ ଚୀନ ମୁତୟନ କଲା ଜେ -୨୦ ଯୁଦ୍ଧ ବିମାନ

ନୂଆଦିଲ୍ଲୀ : ପୂର୍ବ ଲଦାଖ ସୀମାରେ ପୁଣି ଭାରତ-ଚୀନ୍ ସୈନିକଙ୍କ ମଧ୍ୟରେ ସଂଘର୍ଷ। ଅଗଷ୍ଟ ୨୯-୩୦ ରାତିରେ ଏହି ଘଟଣା ଘଟିଛି। ଏହାପରେ ଚୀନ୍ ବାୟୁସେନା ତାହାର ପଞ୍ଚମ ପିଢ଼ିର ଯୁଦ୍ଧବିମାନ ଜେ-୨୦କୁ ଭାରତୀୟ ସୀମା ନିକଟରେ ନିୟୋଜିତ କରିଥିବା ଜଣା ପଡ଼ିଛି। ଏହି ସ୍ପଷ୍ଟ କରୁଛି ଚୀନ ଯୁଦ୍ଧ କରିବାର ଉଦ୍ଦେଶ୍ୟରେ ରହିଛି।

ସୂତ୍ର ଅନୁଯାୟୀ ଭାରତୀୟ ସୀମା ନିକଟରେ ଚୀନର ଯୁଦ୍ଧ ବିମାନ ଜେ-୨୦ ଗତ କିଛିଦିନ ହେଲା ଉଡ଼ାଣ କରୁଥିଲା। ଏବେ ଚୀନ ସୈନ୍ୟ ପୁଣି ଭାରତ ସୀମାକୁ ଅନୁପ୍ରବେଶ ପାଇଁ ଚେଷ୍ଟା କରିଛି। ଦୁଇ ଦେଶ ମଧ୍ୟରେ ଶାନ୍ତି ଫେରିଅ‌ାସୁ ଚୀନ ଚାହୁଁନଥିବା ଏଥିରୁ ସ୍ପଷ୍ଟ। ସୀମାରେ ଶାନ୍ତି ଫେରାଇ ଆଣିବା ପାଇଁ ଦୁଇଦେଶ ସୈନ୍ୟ ପ୍ରତ୍ୟାହାର କରିବେ ବୋଲି ଆଲୋଚନାରେ ନିଷ୍ପତ୍ତି ହୋଇଥିଲା। କିନ୍ତୁ ଚୀନ ନିଜ କଥା ନରଖି ଭାରତୀୟ ସୀମା‌ରେ ଯୁଦ୍ଧ ବିମାନର ଉଡ଼ାଣ ଜାରି ରଖିଛି।

ମତାମତ ଦିଅନ୍ତୁ ।