Breaking Newsଦେଶ-ବିଦେଶ

ସୀମାରେ ଏବେ ରହିଛନ୍ତି ୪୦ ହଜାର ଚୀନସେନା

ନୂଆଦିଲ୍ଲୀ : ସୀମାରେ ସୃଷ୍ଟି ହୋଇଥିବା ଉତ୍ତେଜନା ହ୍ରାସ ପାଇଁ ଭରତ ଓ ଚୀନ ମଧ୍ୟରେ ଆଲୋଚନା ଜାରି ରହିଛି। ସହମତି ହୋଇଛି ପ୍ରକୃତ ନିୟନ୍ତ୍ରଣ ରେଖା ନିକଟରୁ ଉଭୟ ଦେଶ ସୈନ୍ୟ ଅପସାରଣ କରିବେ। କିନ୍ତୁ ଚୀନ ଏହାକୁ ପାଳନ କରୁନାହିଁ। ପୂର୍ବ ଲଦାଖ ସେକ୍ଟରରେ ଏବେ ଚୀନର ରହିଛନ୍ତି ପ୍ରାୟ ୪୦ ହଜାର ସୈନ୍ୟ।

କମାଣ୍ଡର ସ୍ତରୀୟ ଆଲୋଚନା ପରେ ଚୀନ ସେନା ଆଉ ପଛକୁ ହଟିନାହିଁ ବୋଲି ସମ୍ବାଦ ସରବରାହ ସଂସ୍ଥା ଏଏନଆଇ ରିପୋର୍ଟ ପ୍ରକାଶ କରିଛି। ଚୀନ କେବଳ ସେନା ନୁହେଁ, ଅନେକ ଭାରି ଯୁଦ୍ଧାସ୍ତ୍ର ମୁତୟନ କରିଛି। ଏଲଏସି ନିକଟରେ ଥିବା ହଟ ସ୍ପ୍ରିଙ୍ଗ ଓ ଆଉ କେତେକ ଅଞ୍ଚଳରେ ଚୀନ ସେନା ନିଜର ୬ଷ୍ଠ ମେକାନାଇଜଡ ଇନଫାଣ୍ଟ୍ରି ଡିଭିଜନକୁ ପ୍ରସ୍ତୁତ ରଖିଛି। ଏସବୁ ଅଞ୍ଚଳରେ ଆର୍ଟିଲାରୀ ଗନଗୁଡ଼ିକୁ ରଖାଯାଇଛି। ସେହିପରି ଗଲଓ୍ଵାନ ଘାଟି, ଜୀବନ ନାଲା, ଚିପ ଚାପ ଘାଟି ନିକଟରେ ଚୀନ ସେନା ନିଜର ୧୭ ଓ ୧୮ ମେକାନାଇଜଡ୍‌ ଇନଫ୍ରାଣ୍ଟ୍ରି ଡିଭିଜନର ଲଢୁଆ ଯାନଗୁଡ଼ିକୁ ପ୍ରସ୍ତୁତ ରଖିଥିବା ବେଳେ ବିମାନ ବିଧ୍ୱଂସୀ ତୋପକୁ ମୁତୟନ କରିଛି। ଏହାକୁ ଦୃଷ୍ଟିରେ ରଖି ଭାରତୀୟ ସେନା ମଧ୍ୟ ପ୍ରସ୍ତୁତ ରହିଛି।

ମତାମତ ଦିଅନ୍ତୁ ।

Back to top button