ସୀମାରେ ଏୟାର ଡିଫେନ୍ସ ସିଷ୍ଟମ ମୁତୟନ କରିଛି ଚୀନ

0

ନୂଆଦିଲ୍ଲୀ : ଚୀନ ସୁଧୁରିବ ନାହିଁ। ଉତ୍ତେଜନା ହ୍ରାସ ପାଇଁ ଭାରତ ସହିତ ଆଲୋଚନା କରୁଥିବା ବେଳେ କଥାବାର୍ତ୍ତା ଚୀନ ସୀମାରେ ଶକ୍ତି ବୃଦ୍ଧି କରିଚାଲିଛି। ପ୍ରକୃତ ନିୟନ୍ତ୍ରଣ ରେଖା ବା ଏଲଏସିରେ ମୁତୟନ କରିଛି ବାୟୁ ସୁରକ୍ଷା ବ୍ୟବସ୍ଥା। ଯାହାକି ଭାରତ ପାଇଁ ଚିନ୍ତାର କାରଣ ହୋଇଛି।

ଖବର ଅନୁଯାୟୀ ଗତବର୍ଷ ସୀମାରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହେବାଯୋଗୁ ଚୀନ ପକ୍ଷରୁ ଏଚକ୍ୟୁ ଓ ଏଚକ୍ୟୁ-୨୨ ନାମକ ମିସାଇଲ ବ୍ୟାଟେରୀ ମୁତୟନ କରାଯାଇଥିଲା। ଯାହାକି ଋଷନିର୍ମିତ ଏସ-୩୦୦କୁ ନକଲ କରି ଚୀନ ଏୟାର ଡିଫେନ୍ସ ସିଷ୍ଟମ ବା ବାୟୁ ସୁରକ୍ଷା ବ୍ୟବସ୍ଥା ତିଆରି କରିଛି। ଏହାଦ୍ଵାରା ୨୫୦ କିଲୋମିଟର ଦୂରରେ ଥିବା ଟାର୍ଗେଟକୁ ଧ୍ଵଂସ କରିପାରିବ। ଏହି ଏୟାର ଡିଫେନ୍ସ ସିଷ୍ଟମ ଭାରତୀୟ ବାୟୁସେନାର ଲଢୁଆ ବିମାନଗୁଡ଼ିକ ପାଇଁ ବିପଦ ସୃଷ୍ଟି କରିବ ବୋଲି ଆଶଙ୍କା କରାଯାଉଛି।

ଅନ୍ୟପକ୍ଷରେ ଚୀନ ସେନା ପାଙ୍ଗୋଙ୍ଗ ହ୍ରଦରୁ ପଛକୁ ଫେରିଥିଲେ ମଧ୍ୟ ବିବାଦୀୟ ଅଞ୍ଚଳ ଦେବସାଙ୍ଗ, ଗୋଗ୍ରା ଓ ହଟସ୍ପ୍ରିଙ୍ଗରୁ ପଛକୁ ହଟିନାହିଁ। ଏସବୁ ସ୍ଥାନରୁ ସୈନ୍ୟ ପ୍ରତ୍ୟାହାର ପାଇଁ ଦୁଇପକ୍ଷ ମଧ୍ୟରେ ଆଲୋଚନା ଚାଲିଛି। କିନ୍ତୁ ପୂର୍ବ କାର୍ଯ୍ୟକଳାପରୁ ଚୀନକୁ ବିଶ୍ଵାସକୁ ନିଆଯାଇପାରୁନି।

Leave A Reply

Your email address will not be published.