ସୀମାରେ ପ୍ରେମିଯୁଗଳ

ନୂଆଦିଲ୍ଲୀ : କଥାରେ ଅଛି ପ୍ରେମ ବାଧା ବନ୍ଧନ ମାନେନା। ଏହାର ଏକ ଉଦାହରଣ ସୃଷ୍ଟି କରିଛନ୍ତି ପ୍ରେମିଯୁଗଳ। ଦୁହିଁଙ୍କୁ ଭାରତ-ନେପାଳ ସୀମା ସୋନ୍ନୋଲୀରେ ଦେଖିବାକୁ ମିଳିଛି। ଯେଉଁଠିକୁ ସାଧାରଣ ଲୋକଙ୍କୁ ଯିବାକୁ ମନା। ଦିଲ୍ଲୀରୁ ଯୁବକ ଜଣକ ଯାଇ ସେହି ସ୍ଥାନରେ ଅର୍ଥାତ ସୀମାରେ ପ୍ରେମିକାଙ୍କୁ ସାକ୍ଷାତ କରିଛି।

ଖବର ଅନୁଯାୟୀ ଯୁବକ-ଯୁବତୀ ଦୁହେଁ ଦିଲ୍ଲୀ ବାସିନ୍ଦା। ଯୁବତୀ ନେପାଳରେ ଥିବା ତାଙ୍କ ସମ୍ପର୍କୀୟ ଚାଚାଙ୍କ ଘର ଯାଇଥିଲେ। କିନ୍ତୁ କରୋନା ଲକଡାଉନ ପାଇଁ ଦୁଇ ଦେଶର ସୀମାକୁ ସିଲ କରିଦିଆଯାଇଥିଲା। ଯାହାଫଳରେ ସେ ନେପାଳରେ ଫସିଯାଇଥିଲେ। ହେଲେ ଦିଲ୍ଲୀ ନିବାସୀ ୨୪ ବର୍ଷୀୟ ପ୍ରେମିକ ସନ୍ଦୀପ ତାଙ୍କୁ ଦେଖା କରିବା ପାଇଁ ସୀମାରେ ପହଞ୍ଚି ଯାଇଥିଲେ। ଏହି ସମୟରେ ଦୁହିଁଙ୍କୁ ଧରିଲେ ହ୍ୟୁମାନ ଟ୍ରାଫିକିଂର ସଦସ୍ୟ। ପଚରାଉଚରା ପରେ ଜଣାପଡିଥିଲା ଉଭୟ ଗୋଟିଏ କଲେଜରେ ପଢନ୍ତି। ଯୁବତୀ ପ୍ରେମିକ ସନ୍ଦୀପଙ୍କ ସହିତ ଦିଲ୍ଲୀ ଯିବାକୁ ଚାହୁଁଥିଲେ। କିନ୍ତୁ ହ୍ୟୁମାନ ଟ୍ରାଫିକିଂର ସଦସ୍ୟ ଯୁବତୀଙ୍କୁ ନେପାଳ ପୋଲିସ ଜିମା ଦେଇଥିବା ବେଳେ ଯୁବକଙ୍କୁ ବୁଝାସୁଝା କରି ଦିଲ୍ଲୀ ପଠାଇଥିବା ଜଣାପଡିଛି।

ମତାମତ ଦିଅନ୍ତୁ ।