ଶିମିଳିପାଳ : ହାତୀ ଟ୍ରେଞ୍ଜରେ ବିଧବାଙ୍କ ମୃତହେହ

ବାରିପଦା : ମୟୂରଭଞ୍ଜ ଶିମିଳିପାଳ ଅଭୟାରଣ୍ୟ ପାଦଦେଶ ଖଡ଼ିଆଗଡ଼ ଜଙ୍ଗଲ ପାର୍ଶ୍ଵ ହାତୀ ଟ୍ରେଞ୍ଜ ଭିତରୁ ଜଣେ ବିଧବା ମହିଳାଙ୍କ ଅଧାପୋଡା ମୃତ ହେହ ମିଳିଛି। ଶ୍ୟାମଖୁଣ୍ଟା ବ୍ଲକ କେନ୍ଦୁଝରୀ ଗ୍ରାମର କରୁଣାକର ମାଝିଙ୍କ ଅଭିଯୋଗ ଅନୁଯାୟୀ ବାରିପଦା ସଦର ଥାନାରେ ମାମଲା ରୁଜୁ ହୋଇଛି।

ଖବର ଅନ୍ୟଯାୟୀ ମୃତ ମହିଳା ଶାମାଖୁଣ୍ଟା ବ୍ଲକ କେନ୍ଦୁଝରି ଗ୍ରାମର ସ୍ୱର୍ଗତ ରାମଚନ୍ଦ୍ର ହାଁସଦାଙ୍କ ବିଧବା ପତ୍ନୀ ମୁନିମଣି ହାଁସାଦା। ତାଙ୍କର ଜଣେ ପୁଅ ଓ ୩ ଜଣ ବିବାହିତା ଝିଅ ରହିଛନ୍ତି। ୪/୫ ବର୍ଷ ପୂର୍ବେ ତାଙ୍କ ସ୍ୱାମୀଙ୍କର ମୃତ୍ୟୁ ହୋଇଥିଲା। ସେ ତାଙ୍କ ପୁଅ ସହିତ ନରହି ଅଲଗା ରହୁଥିଲେ। ମୁନିଙ୍କୁ କେହି ହତ୍ୟା କରି ପ୍ରମାଣ ନଷ୍ଟ କରିବାକୁ ହାତୀ ଟ୍ରେଞ୍ଜ ଭିତରେ ନିଆଁ ଲଗାଇ ପୋଡ଼ି ଦେବାକୁ ଉଦ୍ୟମ କରିଥିବାର ସନ୍ଦେହ କରାଯାଇଛି। ଆଜି ସକାଳ ଗ୍ରାମର ମକାଚାଷୀମାନେ ତାଙ୍କର କ୍ଷେତକୁ ଯାଇଥିବା ସମୟରେ ଦୂରରୁ ଧୂଆଁ ଉଠୁଥିବାର ଦେଖି ନିକଟକୁ ଯାଇ ମହିଳାଙ୍କୁ ଦରପୋଡ଼ା ଅବସ୍ଥାରେ ଦେଖିଥିଲେ। ସେମାନେ ଏ ସମ୍ପର୍କରେ ଥାନାକୁ ଦେବାରୁ ସଦର ଥାନା ପୋଲିସ ସାଇଣ୍ଟିଫିକ ଟିମ ଡକାଇ ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର
between image and heading

Comments are closed.