ଶିମିଳିପାଳ ଜଙ୍ଗଲରେ ପୁଣି ନିଆଁ ଲାଗିଲା

ଉଦଳା : ଶିମିଳିପାଳ ଜଙ୍ଗଲରେ ପୁଣି ନିଆଁ। ପୋଡାଡିହାରେ ପୋଡାଡିହା, ଅନପୁର, ବାଲିନାଳ ଏବଂ ଡୁକୁରାରେ ମାଣିକପୁର, ବାଲମା ଆଦି ଅଞ୍ଚଳରେ ନିଆଁ ଜଳୁଛି। ପୂର୍ବାପେକ୍ଷା ନିଆଁ ଅଧିକ ଭୟଙ୍କର ହୋଇଥିବାରୁ ଏବେ ବ୍ୟାପିବାରେ ଲାଗିଛି।

ଏହି ପରିସ୍ଥିତି ଶିମିଳିପାଳ ନିକଟରେ ବସବାସ କରୁଥିବା ଗ୍ରାମବାସୀଙ୍କର ଚିନ୍ତାର କାରଣ ହୋଇଛି। ନିଆଁକୁ ଆୟତ କରିବାକୁ ବନ ବିଭାଗ ଆସୁ ନଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି। ଶିମିଳିପାଳରେ ନିଆଁ ଦୁଇଥର ଲାଗିବାରୁ ଜଙ୍ଗଲର ବହୁ ଔଷଧୀୟ ଗୁଳ୍ମଲତା ପୋଡି ଯାଉଥିବା ବେଳେ ସହିତ ବନ୍ୟଜନ୍ତୁ ପାଇଁ ବିପଦ ସୃଷ୍ଟି କରିଛି।

Leave a Reply

Your email address will not be published. Required fields are marked *

Back to top button