ଶିମିଳିପାଳରେ ନିଆଁ : ରିପୋର୍ଟ ମାଗିଲେ ଜଙ୍ଗଲ ମନ୍ତ୍ରୀ

0

ଭୁବନେଶ୍ଵର : ଶିମିଳିପାଳ ଅଭୟାରଣ୍ୟରେ ନିଆଁ ଲାଗିବା ଘଟଣାକୁ ନେଇ ରାଜ୍ୟ ସରକାର ସକ୍ରିୟ ହୋଇଛନ୍ତି। ରାଜ୍ୟ ଜଙ୍ଗଲ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଛନ୍ତି ପିସିସିଏଫ (ବଣ୍ୟପ୍ରାଣୀ)ଙ୍କୁ ଶିମିଳିପାଳ ଗସ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ନିଆଁ ଲାଗିବାର କାରଣ ସମ୍ପର୍କରେ ଆଜି ସେ ତଦନ୍ତ କରିବେ। ରିପୋର୍ଟ ମିଳିବା ପରେ ବିଭାଗ ପକ୍ଷରୁ ନିଆଁକୁ ଆୟତ୍ତ କରିବାକୁ ପଦକ୍ଷେପ ନିଆଯିବ।

କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ମଧ୍ୟ ନିଆଁ ଲାଗିବାକୁ ନେଇ ଉଦବେଗ ପ୍ରକାଶ କରିଥିଲେ। ଘଟଣା ସମ୍ପର୍କରେ ଅବଗତ ହେବା ପରେ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକର କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସେ ଟୁଇଟ୍ କରି ଲେଖିଛନ୍ତି ମୁଁ ଅଧିକାରୀଙ୍କୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ମତେ ଜଣାଇବାକୁ ନିର୍ଦ୍ଦେଶ ଦେଇଛି।

Leave A Reply

Your email address will not be published.