‘ସିମ୍ଫୋନି କା ମୁଭିକୁଲ୍’ ଧୂନରେ ନଚାଇବ ସିମ୍ଫୋନି ଏୟାର କୁଲର୍ସ

ଭୁବନେଶ୍ୱର : ଭାରତର ବିଶ୍ୱସ୍ତରୀୟ ଏୟାର-କୁଲିଂ ବ୍ରାଣ୍ଡ୍ ତଥା ବିଶ୍ୱର ସର୍ବବୃହତ ଏୟାର କୁଲର ନିର୍ମାତା ସିମ୍ଫୋନି ଲିମିଟେଡ ବୃହତ୍ତର ଇନ୍ଡୋର ଓ ଆଉଟ୍ଡୋର ସ୍ଥାନ ପାଇଁ ପ୍ରସ୍ତୁତ କରିଥିବା ନୂଆ ବ୍ୟବସାୟିକ ବର୍ଗ ପ୍ରଚଳନ କରିବାକୁ ‘ସିମ୍ଫୋନି କା ମୁଭିକୁଲ୍’ ଆରମ୍ଭ କରିଛି। ଏହି ରାଷ୍ଟ୍ରୀୟ ସ୍ତରର ଟିଭିସି ଏକ ଜିଙ୍ଗଲ୍ ଜରିଆରେ ଭାରତୀୟ ଦର୍ଶକଙ୍କ ସହିତ ସଂଯୁକ୍ତ ହେବାକୁ ଲକ୍ଷ୍ୟ ରଖିଛି। ଯାହା ଗ୍ରୀଷୠତୁ ପାଇଁ ଉପଯୋଗୀ ନବୀନତମ ବର୍ଗର ପ୍ରଯୁକ୍ତିଗତ ଦୃଷ୍ଟିକୋଣରୁ ଉନ୍ନତ ମୁଭିକୁଲ୍ ଏୟାର କୁଲରଗୁଡିକୁ ପ୍ରଦର୍ଶିତ କରୁଛି।
ଏହି ବିଜ୍ଞାପନ ଭିତ୍ତିକ ଚଳଚ୍ଚିତ୍ର ବିବିଧ ଚରିତ୍ରଙ୍କୁ ନେଇ ବିଭିନ୍ନ କାର୍ଯ୍ୟକ୍ରମରେ ଓ ସ୍ଥାନରେ ଚିତ୍ରଣ କରାଯାଇଛି। ଯେଉଁଠାରେ ପ୍ରଖର ଗ୍ରୀଷ୍ମ କାରଣରୁ ଝାଳ ନିର୍ଗତ ହେଉଛି ଏବଂ ଲୋକମାନଙ୍କୁ ମାନସିକ ସ୍ତରରେ ବ୍ୟସ୍ତ ବିବ୍ରତ କରିଦେଉଛି। ଏହାର ମୁକାବିଲା କରିବାକୁ ସିମ୍ଫୋନି ବୃହତ୍ତର ସ୍ଥାନ ପାଇଁ ସୁନ୍ଦର ଡିଜାଇନ କରାଯାଇଥିବା ମୁଭିକୁଲ୍ ଏୟାର କୁଲର ଆଣୁଛି। ସେହି ସମୟରେ ଜିଙ୍ଗଲ୍ର ପଶ୍ଚାତ୍ଭାଗ ସ୍କୋର/ ସଂଗୀତ ଅତ୍ୟନ୍ତ ସୁମଧରୁ ସ୍ୱରରେ ବାଜିବା ଆରମ୍ଭ କରିଦେଉଛି, ‘ଜବ୍ ଭି ଜାହାଁ ଭି କର୍ନା ହୋ କୁଲ୍, ସିମ୍ଫୋନି କା ମୁଭିକୁଲ୍। ବାୟୁରେ ପରିବର୍ତ୍ତନ ଆସିବାପରେ ସମସ୍ତ ଚରିତ୍ର ସତେଜ, ଆନନ୍ଦ ଓ ଶକ୍ତିଶାଳୀ ଅନୁଭବ କରିବା ପରେ ସଂଗୀତର ଧୂନ୍ ସହିତ ତାଳଦେଇ ନାଚିବା ଆରମ୍ଭ କରିଦେଉଛନ୍ତି। ଟ୍ରାଇଟନ୍ କମ୍ୟୁନିକେସନ୍ସ ଦ୍ୱାରା ଚିନ୍ତନ ଓ ସୃଷ୍ଟି କରାଯାଇଥିବା ଏହି ୩୬୦ ଡିଗ୍ରୀ ପ୍ରଚାର ଅଭିଯାନ ସମସ୍ତ ଟେଲିଭିଜନ, ଡିଜିଟାଲ, ରେଡିଓ, ମୁଦ୍ରିତ ଓ ଅନ୍ୟାନ୍ୟ ଗଣମାଧ୍ୟମରେ ଆରମ୍ଭ କରାଯିବ।

ବିଜ୍ଞାପନ ଅଭିଯାନ ଶୁଭାରମ୍ଭ ଅବସରରେ ସିମ୍ଫୋନିର ସେଲ୍ସ ଓ ମାର୍କେଟିଂ ପ୍ରେସିଡେଣ୍ଟ ରାଜେଶ ମିଶ୍ରା କହିଛନ୍ତି “ସିମ୍ଫୋନିରେ ଆମେ ଏଭଳି ଉତ୍ପାଦ ଯୋଗାଇଦେବାରେ ବିଶ୍ୱାସ ରଖୁଛୁ ଯାହା ଆମ ଗ୍ରାହକଙ୍କର ପରିବର୍ତ୍ତିତ ଆବଶ୍ୟକତା ମୁତାବକ ହୋଇଥିବ।
ଜିଙ୍ଗଲ୍ର ସଂଗୀତକାର ମାଇକି ମ୍ୟାକ୍କ୍ଲେରି କହିଛନ୍ତି “ନବେ ଦଶକରେ ଜିଙ୍ଗଲ୍ ବିଜ୍ଞାପନଗୁଡିକ ଅତ୍ୟନ୍ତ ଲୋକପ୍ରିୟ ହୋଇଥିଲା। ସଂପ୍ରତି ଆମେ ମଧ୍ୟ କିଛି ପ୍ରସିଦ୍ଧ ସ୍ଲୋଗାନକୁ ମନେରଖିଛୁ ଯାହାକୁ ନେଇ ଗ୍ରାହକମାନେ ବ୍ରାଣ୍ଡ୍କୁ ଯୋଡିଥାନ୍ତି। ସିମ୍ଫୋନି କା ମୁଭିକୁଲ୍ ଜିଙ୍ଗଲ ଦର୍ଶକଙ୍କ ସହିତ ମଧୁର ସଂପର୍କ ସ୍ଥାପନ କରିବାକୁ ପ୍ରସ୍ତୁତ କରାଯାଇଛି। ଏହି ବିଜ୍ଞାପନ ନିଶ୍ଚିତ ଆପଣଙ୍କୁ ଅତୀତକୁ ଫେରାଇନେବ।
ଟିମ୍ ଟ୍ରାଇଟନ୍ କମ୍ୟୁନିକେସନ୍ସ ପକ୍ଷରୁ କୁହାଯାଇଛି “ସିମ୍ଫୋନିରେ ଟିମ୍ ସହିତ କାର୍ଯ୍ୟ କରିବା ଓ ଏହି ଚମତ୍କାର ପ୍ରଚାର ଅଭିଯାନର ଅଂଶବିଶେଷ ହେବାରେ ଖୁବ୍ ଆନନ୍ଦ ମିଳିଛି। ଏହି ଚଳଚ୍ଚିତ୍ର ସିମ୍ଫୋନିର ବ୍ରାଣ୍ଡ୍ ଉପସ୍ଥାପନା ‘ରିଫ୍ରେଶିଂ ଲାଇଭ୍ସ’କୁ ଅଧିକ ମଜଭୁତ କରିବା ସହିତ ଏଥିସହିତ ଆଉଏକ ଦିଗ ‘ଶକ୍ତି’କୁ ଯୋଡୁଛି। ମାଇକିଙ୍କର ଚମତ୍କାର ସଂଗୀତ ଟ୍ରାକ୍ ଓ ଶକ୍ତିଶାଳୀ ନୃତ୍ୟ ଦୃଶ୍ୟାବଳୀକୁ ସେହି ପରିବର୍ତ୍ତନ ଆଣିବା ନିମନ୍ତେ ଉପଯୋଗ କରାଯାଇଛି।