ସିନ୍ଦୂର ଲଗାଇବାର କାରଣ କହିଲେ କୋରିଓଗ୍ରାଫର ଗୀତା କପୁର

ମୁମ୍ବାଇ : ସିନ୍ଦୂର ପିନ୍ଧିବା ଫଟୋକୁ ନେଇ କୋରିଓଗ୍ରାଫର ଗୀତା କପୁର ଏବେ ଚର୍ଚ୍ଚାରେ ରହିଛନ୍ତି। ବିନା ବିବାହରେ ‘ଗୀତା ମା’ଙ୍କୁ ସିନ୍ଦୂର ଲଗାଇଥିବା ଦେଖି ତାଙ୍କ ଫ୍ୟାନ୍ସମାନେ ଆଶ୍ଚର୍ଯ୍ୟ ହୋଇଥିବା ବେଳେ ଅନେକ ଲୋକ ତାଙ୍କ ଇନଷ୍ଟାଗ୍ରାମରେ ତାଙ୍କୁ ପ୍ରଶ୍ନ କରୁଛନ୍ତି। ଗୀତା କହିଛନ୍ତି ଏହି ଫଟୋଗୁଡ଼ିକ ଫଟୋସପ୍ ନୁହେଁ, ଏହା ବାସ୍ତବ ଅଟେ।

ଗୀତା କପୁରଙ୍କ ସିନ୍ଦୂର ପିନ୍ଧା ଫଟୋ ଦେଖି ଲୋକମାନେ ତାଙ୍କର ଗୁପ୍ତ ବିବାହ ବିଷୟରେ କଳ୍ପନା କରୁଛନ୍ତି। କିନ୍ତୁ ଗୀତା କହିଛନ୍ତି ସେ ବିବାହିତ ନୁହଁନ୍ତି। ଯଦି ମୁଁ ବିବାହ କରେ ତେବେ ମୁଁ ଲୁଚାଇବି ନାହିଁ। ହେଲେ ମୁଁ ବର୍ତ୍ତମାନ କିପରି ବିବାହ କରିପାରିବି। ମୋ ମା’ଙ୍କ ଦେହାନ୍ତକୁ କିଛି ମାସ ହୋଇଛି।

ଫଟୋ ବିଷୟରେ ଗୀତା କହିଛନ୍ତି ଏହା ବାସ୍ତବ। ମୁଁ ସିନ୍ଦୁର ଲଗାଇଛି। ଏହି ଫଟୋଗୁଡ଼ିକ ହେଉଛି ‘ସୁପର ଡାନ୍ସର୍ ୪’ର ସର୍ବଶେଷ ଫଟୋସୁଟ୍। ଏହି ଏପିସୋଡ୍ ବଲିଉଡର ଏଭରଗ୍ରୀନ୍ ହିରୋଇନମାନଙ୍କ ଉପରେ ଅଛି। ଏଥିରେ ଆମକୁ ସେମାନଙ୍କ ପରି ପ୍ରସ୍ତୁତ ହେବାର ଥିଲା। ମୁଁ ରେଖାଜୀଙ୍କ ପରି ପ୍ରସ୍ତୁତ ହୋଇଥିଲି। ସେ ସିନ୍ଦୂର ଲଗାନ୍ତି। ତେଣୁ ମୁଁ ମଧ୍ୟ ସିନ୍ଦୁର ଲଗାଇଲି।

ଗୀତା କପୁର ପ୍ରାୟତଃ ସୋ’ରେ କୁହନ୍ତି ତାଙ୍କ ମା’ ତାଙ୍କୁ ଏକ ବିବାହ ବସ୍ତ୍ରରେ ଦେଖିବାକୁ ଚାହାଁନ୍ତି। ତଥାପି, ଗୀତା ତାଙ୍କ ଇଚ୍ଛା ପୂରଣ କରିପାରିଲେ ନାହିଁ। ୧୨ ଜାନୁୟାରୀ ୨୦୨୧ରେ, ଗୀତାଙ୍କ ମା’ ଦୁନିଆକୁ ବିଦାୟ ନେଇଛନ୍ତି।

Leave a Reply

Your email address will not be published. Required fields are marked *

Back to top button