ଶିଶୁ କନ୍ୟାର ଗାଲ କାଟିଲା ସାବତ ମାଆ

ବାଲିଗୁଡା : କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଏନଏସି ଅନ୍ତର୍ଗତ କାମପଡା ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା। ଚାରି ବର୍ଷର ଶିଶୁକନ୍ୟାକୁ ଶାରରୀକ ନିର୍ଯ୍ୟାତନା ଦେଇଛି ସାବତ ମାଆ। ଏପରିକି ଗାଲକୁ ବ୍ଲେଡରେ କାଟିଥିବା ଅଭିଯୋଗ ହୋଇଛି।

ଖବର ଅନୁଯାୟୀ କାମପଡା ଗାଁର ଦିଲ୍ଲୀପ ଦିଗାଳ ପତ୍ନୀ ନର୍ମଦାଙ୍କ ମୃତ୍ୟୁ ପରେ ପାର୍ବତୀ କହଁରଙ୍କୁ ଦ୍ଵିତୀୟ ବିବାହ କରିଛନ୍ତି। ନର୍ମଦାଙ୍କର ଗୋଟିଏ ଚାରି ବର୍ଷର ଝିଅ ଅଛି। ଏହି ଶିଶୁକନ୍ୟାକୁ ପାର୍ବତୀ ଆଦୌ ଭଲରେ ଦେଖେନାହିଁ। ବିଭିନ୍ନ ସମୟରେ ଶାରୀରିକ ନିର୍ଯାତନା ଦେଉଠିଲା। ହେଲେ ବୁଧବାର ସନ୍ଧ୍ୟାରେ ଶିଶୁର ଗାଲକୁ ଏକ ବ୍ଲେଡରେ କାଟି ଦେଇଥିବା ସ୍ଥାନୀୟ ଲୋକଙ୍କ ଅଭିଯୋଗ ପରେ ଚାଇଲଡ଼ ଲାଇନ ଟିମ ପହଂଚି ତଦନ୍ତ କରୁଛି। ପୀଡିତା ଶିଶୁକୁ ଉଦ୍ଧାର କରି ଚାଇଲଡ଼ ଲାଇନକୁ ପଠାଇ ସାବତ ମାଆ ବିରୋଧରେ ଥାନାରେ ଅଭିଯୋଗ କରାଯିବ ବୋଲି କହିଛନ୍ତି କାଉନସିଲର ସୁପ୍ରଭା ନାୟକ l

ମତାମତ ଦିଅନ୍ତୁ ।