ଶିଶୁ ଓ ମହିଳା ବିରୋଧୀ ହିଂସା ରୋକିବାକୁ ସ୍ପେଶାଲ ଓ୍ଵିଙ୍ଗ୍‌ ଗଠନ ହେବ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଶିଶୁ ଓ ମହିଳାଙ୍କ ବିରୋଧରେ ହିଂସା ରୋକିବା ପାଇଁ ପୋଲିସ ସ୍ପେଶାଲ ଓ୍ଵିଙ୍ଗ୍‌ ଗଠନ ହେବ। ୬୨ତମ ବରିଷ୍ଠ ପୋଲିସ ଅଧିକାରୀ ସମାବେଶରେ ଯୋଗଦେଇ ଆଜି ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ୨୦୨୦ରେ ରାଜ୍ୟରେ ଆଇନ ଶୃଙ୍ଖଳା ଶାନ୍ତିପୂର୍ଣ୍ଣ ରହିଛି। କରୋନା ମହାମାରୀ ସମୟରେ ଓଡ଼ିଶା ପୋଲିସ ବଡ଼ ଭୂମିକା ନେଇଥିବା ବେଳେ ଡ୍ୟୁଟି ସମୟରେ ଅନେକ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଛି। ସ୍ୱର୍ଗତ ପୋଲିସଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି। ସେ କହିଲେ କରୋନା କାଳରେ ୯୩୦ ଜଣ ପୋଲିସ କର୍ମଚାରୀ ପ୍ଲାଜମା ଦାନ କରିଛନ୍ତି। ୩୮ ଜଣ ପୋଲିସ କର୍ମଚାରୀଙ୍କ ପରିବାରକୁ ସ୍ୱତନ୍ତ୍ର ବୀମା ଯୋଜନାରେ ସାମିଲ କରାଯାଇଛି। ୨୯ଟି ପରିବାରକୁ ୫୦ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ମୂଳକ ରାଶି ପ୍ରଦାନ କରାଯାଇଛି।

  ସବ୍‌ମିଶନ୍‌ କମିଟିର ପ୍ରଥମ ବୈଠକ

ରାଜ୍ୟରେ ମାଓହିଂସା କମିଛି। ମାଓ ମୁକାବିଲା ପାଇଁ ପୋଲିସ କଡ଼ାପଦକ୍ଷେପ ନେଉଛି। ସେଥିପାଇଁ କନ୍ଧମାଳ ଓ ମାଲକାନଗିରି ଏସ୍‌ପିଙ୍କୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି। ସଡ଼କ ସୁରକ୍ଷା ସଚେତନା ଉପରେ ଗୁରୁତ୍ୱ ଦେଇ ମୁଖ୍ୟମନ୍ତ୍ରୀ କହିଲେ ସଡ଼କ ଦୁର୍ଘଟଣା ଯୋଗୁଁ ରାଜ୍ୟରେ ଅନେକ ପ୍ରାଣହାନୀ ହେଉଛି। ଏନେଇ ପ୍ରତିକାରମୂଳକ ପଦକ୍ଷେପ ଓ ଜନସଚେତନା ଜରୁରୀ ବୋଲି ସେ କହିଛନ୍ତି।

ମତାମତ ଦିଅନ୍ତୁ ।