ଶିଶୁ କନ୍ୟା ଶିଲ୍ପାକୁ ପୋଷ୍ୟ ସନ୍ତାନ କଲେ ଭଦ୍ରକ ଦମ୍ପତ୍ତି

ଧରାକୋଟ : ବାଲ୍ମୀକେଶ୍ଵର ଅନାଥ ଆଶ୍ରମ ସୋସାଇଟିର ଶିଶୁ କନ୍ୟା ଶିଲ୍ପା ସାହୁକୁ ଭଦ୍ରକ ସହରର ଦମ୍ପତ୍ତି କମଳକାନ୍ତ ପଣ୍ଡା ଓ କସ୍ତୁରୀ ପଣ୍ଡା ପୋଷ୍ୟ ସନ୍ତାନ ରୂପେ ଗ୍ରହଣ କରିଛନ୍ତି। ସରକାରଙ୍କର କିଶୋର ନ୍ୟାୟ ନିୟମ ଅନୁସାରେ ଗଞ୍ଜାମ ଜିଲ୍ଲାର ଉତ୍କଳ ବଳାଶ୍ରାମ ବ୍ରହ୍ମପୁର ଠାରେ କାର୍ଯ୍ୟ କରୁଥିବା ସ୍ଵତନ୍ତ୍ର ପୋଷ୍ୟ ସନ୍ତାନ କେନ୍ଦ୍ରର ଉଦ୍ୟମ କ୍ରମେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଗଞ୍ଜାମ, ଶିଶୁ ମଙ୍ଗଳ କମିଟିର ସହମତିରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି।
ଶିଶୁର ସର୍ବାଙ୍ଗୀନ ବିକାଶ ଦିଗରେ ପରିବାର ହେଉଛି ଏକ ସର୍ବୋତ୍ତମ ସ୍ଥାନ। ପିତୃ ମାତୃହରା ଶିଶୁଟିର ପରିବାରରେ ପାଳିତ ପିତା ମାତା ମିଳିଥିବାରୁ ଶିଶୁର ମନରେ ଉତ୍ସାହ ଦେଖାଦେଇଥିଲା। ଏହି ଅବସରରେ ଏକ ବିଦାୟ କାଳୀନ ସଭା ଅନୁଷ୍ଠିତ ହୋଇଥିଲା। ଅନୁଷ୍ଠାନର ପରିଚାଳକ କେ. ଟୁନା ଦୋରା ସଭାପତିତ୍ଵରେ ସମ୍ମାନିତ ଅତିଥି ଭାବେ ଶିଶୁ ସୁରକ୍ଷା ୟୁନିଟର ପରିବିକ୍ଷଣ ଅଧିକାରୀ ଶୁଶାନ୍ତ କୁମାର ସାହୁ, ଧରାକୋଟ ତହସିଲଦାର କବିରାଜ ପ୍ରଧାନ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଧରାକୋଟ ଶୁଶୀଳ କୁମାର ପଟନାୟକ, ଉତ୍କଳ ବଳାଶ୍ରାମ ବ୍ରହ୍ମପୁରର ସୁପେରିଟେଣ୍ଡେଣ୍ଟ ସସ୍ମିତା ରାଣୀ ପାଣିଗ୍ରାହୀ, ସ୍ଵତନ୍ତ୍ର ପୋଷ୍ୟ ସନ୍ତାନ କେନ୍ଦ୍ରର ଅରୁନ୍ଧତୀ ସ୍ଵାଇଁ, ଧରାକୋଟ ବାଲ୍ମୀକେଶ୍ଵର ଅନାଥ ଆଶ୍ରମ ସୋସାଇଟିର ଭରପ୍ରାପ୍ତ ଅଧିକାରୀ ତଥା ପରିବିକ୍ଷଣ ଅଧିକାରୀ ପ୍ରସାଦ କୁମାର ଗୌଡ, ପରମର୍ଶଦାତା କାଳିଆ ବେହେରା, ହାଉସ ଫାଦର ଶିଶିର କୁମାର ରାଜ, ହାଉସ ମଦର ପ୍ରଭାସିନୀ ସ୍ଵାଇଁ, ସୁନିଲ ଚନ୍ଦ୍ର ସ୍ଵାଇଁ, ସୁକାନ୍ତ କୁମାର ପୋଲାଇ, ଲୋକନାଥ ଦାସ, ଭାରତୀ ଗୌଡ, ପ୍ରମିଳା କୁମାରୀ ବେହେରା, ଏ. ସୁନିତା କୁମାରୀ , ଅମିତା ସାହୁ, ମଞ୍ଜୁଳା ପୋଲାଇ, ହରିହର ରାଉଳ ଓ ନାରାୟଣ ବରାଡ ସମସ୍ତ କର୍ମଚାରୀ ଓ ଶିଶୁ ମାନେ ଉପସ୍ଥିତ ଥିଲେ।
ଅତିଥିଙ୍କୁ ଶିଶୁମାନେ ସଙ୍ଗୀତ ମାଧ୍ୟମରେ ସ୍ଵାଗତ ଜଣାଇଥିଲେ। ତହସିଲଦାର ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶିଶୁର ନୂତନ ପରିଚୟ ନେଇ ବିଭିନ୍ନ ଦିଗରୁ ବକ୍ତବ୍ୟରେ ସୁଚାଇଥିଲେ ଯେ ପରିବାରରେ ପିତାମାତାଙ୍କର ସ୍ନେହ ଶ୍ରଦ୍ଧା ଶିଶୁ ପ୍ରତି କିପରି ରହିବା ଦରକାର ଓ ଶିଶୁର କର୍ତ୍ତବ୍ୟ ଉପରେ ଆଲୋକପାତ କରିଥିଲେ। ପାଳିତ ପିତା ମାତା ଉଭୟ ଶିଶୁର ସର୍ବାଙ୍ଗୀନ ବିକାଶ ଦିଗରେ ଦାୟିତ୍ଵ ସଠିକ ଭାବେ ନିର୍ବାହ କରିବା ପାଇଁ ମତବ୍ୟକ୍ତ କରିଥିଲେ। ପ୍ରସାଦ କୁମାର ଗୌଡ କାର୍ଯ୍ୟକ୍ରର୍ମକୁ ସଂଯୋଜନା କରିଥିବାବେଳେ ପରିଚାଳକ କେ. ଟୁନା ଦୋରା ଶିଶୁ କନ୍ୟା ଶିଲ୍ପା ସାହୁଙ୍କୁ ଭଦ୍ରକ ଦମ୍ପତ୍ତିଙ୍କୁ ହସ୍ତାନ୍ତର କରିଥିଲେ। ଦମ୍ପତ୍ତି ଶିଶୁକନ୍ୟାର ଭଲ ନାମ “ ଶ୍ରୀୟା” ନାମକରଣ କରିଥିଲେ।