ଶିଶୁପୁତ୍ରକୁ ଧରି ଟ୍ରେନ ଆଗକୁ ଡେଇଁଲା ମା’

ଜଳେଶ୍ୱର : ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ନୂଆଗାଁ ରେଳ ଷ୍ଟେସନ ନିକଟରେ ଅଘଟଣ। ଜଣେ ମହିଳା ଶିଶୁପୁତ୍ର ସହ ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।

ଖବର ଅନୁଯାୟୀ ଦୁଧହଂସା ଗାଁର ମହିଳା ଜଣଙ୍କ ୩ ବର୍ଷ ଶିଶୁପୁତ୍ରକୁ ଧରି ଆଜି ଅପରାହ୍ଣରେ ଟ୍ରେନ ଆଗକୁ ଡେଇଁ ପଡ଼ିଥିଲେ। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ପାରିବାରିକ ସମସ୍ୟାକୁ ନେଇ ସେ ଆତ୍ମହତ୍ୟା କରିଛନ୍ତି। ତେବେ ପ୍ରକୃତ ଘଟଣା ତଦନ୍ତ ପରେ ଜଣାପଡ଼ିବ। ଜିଆରପି ଉଭୟ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ଘଟଣାର ତନାଘନା ଚଲାଇଛି।

Leave a Reply

Your email address will not be published. Required fields are marked *

Back to top button