ଶୀତ ଋତୁରେ ମହଙ୍ଗା ହେବ ଅଣ୍ଡା

ନୂଆଦିଲ୍ଲୀ : ଚଳିତବର୍ଷ ଶୀତ ଋତୁରେ ଅଣ୍ଡାର ମୂଲ୍ୟ ବୃଦ୍ଧି ଘଟିବ। ଗୋଟିଏ ଅଣ୍ଡାର ଦାମ ୭ରୁ ୮ ଟଙ୍କା ହୋଇପାରେ। ବ୍ୟବସାୟୀମାନେ ଏବେଠାରୁ ଏହି ସୂଚନା ଦେଲେଣି। ଯଦି ସେମାନଙ୍କ କଥା ସତ ହୁଏ ତେବେ କରୋନା ମାଡରେ ଆର୍ଥିକ ସ୍ଥିତି ଦୋହଲି ଯାଇଥିବା ଲୋକଙ୍କ ପାଇଁ ଏହା ବୋଝ ସଦୃଶ ହେବ।

ଏ ସମ୍ପର୍କରେ ଉତ୍ତର ପ୍ରଦେଶ କୁକୁଡ଼ା ଫାର୍ମ ଆସୋସିଏସନ ସଭାପତି ନବାବ ଅଲି କହିଛନ୍ତି ଚଳିତ ବର୍ଷ ମାର୍ଚ୍ଚ-ଏପ୍ରିଲ ମାସରୁ କୁକୁଡ଼ାଙ୍କ ଉପରେ କରୋନା ପ୍ରଭାବ ପଡିଥିଲା। କୌଣସି ଗବେଷକ କିମ୍ବା ବୈଜ୍ଞାନିକ କୁକୁଡ଼ା ସଂକ୍ରମିତ ହୋଇଥାନ୍ତି କିମ୍ବା କୁକୁଡ଼ା ଅଣ୍ଡା ଖାଇଲେ ସଂକ୍ରମଣ ହୋଇପାରେ କହିନଥିଲେ। କିନ୍ତୁ ସୋସିଆଲ ମିଡ଼ିଆରେ ନାନା ଗୁଜବ ସୃଷ୍ଟି ଯୋଗୁ ଲୋକେ କୁକୁଡ଼ା ଓ ଅଣ୍ଡା ଖାଇବା ଛାଡିଦେଲେ। ଫଳରେ କୁକୁଡ଼ା ଫାର୍ମ ବ୍ୟବସାୟ ଅନେକ କ୍ଷତିର ସାମ୍ନା କରିଥିଲା। ସେହିପରି ଲକଡାଉନ ଯୋଗୁଁ କୁକୁଡ଼ାଙ୍କ ଦାନା ନମିଳିବାରୁ ବ୍ୟବସାୟୀ ବିପୁଳ କ୍ଷତି ସହିଲେ। ଏହିସବୁ କାରଣ ପାଇଁ ଏବେ ଯେକୌଣସି କୁକୁଡ଼ା ଫାର୍ମକୁ ଗଲେ ଦେଖିବେ ମିଳିବ ୪୦ ରୁ ୪୫ ପ୍ରତିଶତ କୁକୁଡ଼ା ଅଛନ୍ତି। ଶୀତ ଆରମ୍ଭ ହେବା ମାତ୍ରେ କୁକୁଡ଼ା ଓ ଅଣ୍ଡାର ଚାହିଦା ବୃଦ୍ଧି ପାଇବ। ଚାହିଦା ଅନୁଯାୟୀ ଫାର୍ମ ଅଣ୍ଡା ଯୋଗାଇ ପାରିବନି। ତେଣୁ ସ୍ଵାଭାବିକ ଅଣ୍ଡା ଦାମ ବୃଦ୍ଧି ପାଇବ ବୋଲି ନବାବ ଅଲି କହିଛନ୍ତି।

ମତାମତ ଦିଅନ୍ତୁ ।