ଶୀତଦିନେ ଏସବୁ ଖାଆନ୍ତୁ ନାହିଁ

ଶୀତଦିନେ କେତେକ ଖାଦ୍ୟ ସ୍ୱାସ୍ଥ୍ୟପକ୍ଷେ ହାନୀ କାରକ। କାରଣ କମ୍ ତାପମାତ୍ରାର ପ୍ରଭାବ ଶରୀରର ରୋଗ ପ୍ରତିରୋଧକ ଶକ୍ତି ଉପରେ ପଡ଼ିଥାଏ। ତେଣୁ ଅନ୍ୟ ଋତୁ ଅପେକ୍ଷା ରୋଗରେ ପଡ଼ିବାର ଆଶଙ୍କା ଅଧିକ ଥିବାରୁ ଏସବୁ ଜିନିଷ ନଖାଇବାକୁ ସ୍ଵାସ୍ଥ୍ୟ ବିଶେଷଜ୍ଞମାନେ ମତ ଦେଇଛନ୍ତି। ଆସନ୍ତୁ ସେ ବିଷୟରେ ଜାଣିବା-।

ଚିନି : ଅଧିକ ମିଠା ଖାଇଲେ ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହୋଇଥାଏ। ତେଣୁ କମର୍ସିଆଲ୍ ଫୃଟ୍ ଜୁସ୍, ସଫ୍ଟ ଡ୍ରିଙ୍କ୍ ଓ ହାଇ ସୁଗର ଯୁକ୍ତ ଖାଦ୍ୟରୁ ଦୂରେଇ ରୁହନ୍ତୁ।

ଛଣାଛଣି ଖାଦ୍ୟ : ଏହି ଖାଦ୍ୟର ସବୁଠୁ କୁପ୍ରଭାବ ଶୀତଦିନେ ପଡିଥାଏ। ଫ୍ରାଇଡ ଫୁଡରେ ଅତ୍ୟଧିକ ଫ୍ୟାଟ୍ ଥିବାରୁ ଏହା ଇନଫ୍ଲାମେସନର କାରଣ ହୋଇଥାଏ। ଛାତିରେ ଫ୍ଲୁଏଡ ସମସ୍ୟା ବଢ଼ାଏ।

ଦୁଗ୍ଧଜାତ ଦ୍ରବ୍ୟ : କ୍ଷୀରରେ ସମସ୍ତ ଗୁଣ ଥାଏ ଯାହା ସୁସ୍ଥ ରହିବା ପାଇଁ ଜରୁରୀ। କିନ୍ତୁ ଶୀତଦିନେ ଦୁଗ୍ଧଜାତ ଦ୍ରବ୍ୟ ସେବନ ନକରିବାକୁ ଡାକ୍ତର ପରାମର୍ଶ ଦେଇଥାନ୍ତି। କାରଣ ଦୁଗ୍ଧଜାତ ଦ୍ରବ୍ୟ ଥଣ୍ଡା ହୋଇଯାଏ। ଯାହାକୁ ସେବନ କଲେ ଶରୀର​ରେ କଫ ହୋଇଥାଏ।

କଫି : ଶୀତଦିନେ ଅଧିକାଂଶ ଲୋକ କଫି, ଚା, ହଟ୍ ଚକୋଲେଟ୍ ଅଧିକ ପସନ୍ଦ କରିଥାନ୍ତି। ଏ ସମସ୍ତରେ ଫ୍ୟାଟ୍ ଓ କ୍ୟାଫିନ୍ ଶରୀରକୁ ଡି-ହାଇଡ୍ରେଟ୍ କରିଥାଏ। ଫଳରେ ଅନେକ ପ୍ରକାରର ସ୍ଵାସ୍ଥ୍ୟ ସମସ୍ୟା ଦେଖାଦେବାର ସମ୍ଭାବନା ଥାଏ।

ଅଦିନିଆ ଫଳ : ଅଦିନିଆ ଫଳ ଓ ପରିବା ଖାଇବା ପ୍ରତି ବିଶେଷ ଧ୍ୟାନ ଦିଆଯାଏନି। ହେଲେ ସ୍ଵାସ୍ଥ୍ୟ ବିଶେଷଜ୍ଞଙ୍କ ମତ ଅଦିନିଆ ଫଳ ଓ ପରିବା ନଖାଇବା ଉଚିତ୍। କାରଣ ଏସବୁ ତଟକା ହୋଇନଥିବାରୁ ସ୍ଵାସ୍ଥ୍ୟ ପାଇଁ ହାନିକାରକ ହୋଇପାରେ।

ଷ୍ଟ୍ରବେରୀ : ଗ୍ରୀଷ୍ମ ଦିନ ଅପେକ୍ଷା ଶୀତଦିନେ ଷ୍ଟ୍ରବେରୀର ରଙ୍ଗ ଅଳ୍ପ ହଳଦିଆ ହୋଇଥାଏ। ଏହି ରଙ୍ଗର କନେକ୍ସନ ଏହାର ଫାଇଟୋନ୍ୟୁଟ୍ରିଏଣ୍ଟସ୍ ତତ୍ତ୍ଵ ସହ ଥାଏ। ଅଧିକ ଗାଢ଼ ରଙ୍ଗର ଅର୍ଥ ଅଧିକ ନ୍ୟୁଟ୍ରିଏଣ୍ଟସ୍। ସେଥିପାଇଁ ଷ୍ଟ୍ରବେରୀକୁ ଗ୍ରୀଷ୍ମ ଦିନେ ଖାଇବା ଅଧିକ ଭଲ।

ରାଗ ଖାଦ୍ୟ : ରାଗ ଖାଦ୍ୟ ପେଟ ପାଇଁ ଅଧିକ କ୍ଷତିକାରକ। ଶୀତ ଦିନେ ରାଗ ଜିନିଷ ଖାଇବା ଉଚିତ ନୁହେଁ।

ପ୍ୟାକେଟ ଯୁକ୍ତ ପରିବା : ବଜାରରେ ମିଳୁଥିବା ପ୍ୟାକେଟ ଯୁକ୍ତ କିମ୍ବା ପୂର୍ବରୁ କଟା ଯାଇଥିବା ପରିବା ଶୀତ ଦିନେ ସେବନ ସ୍ଵାସ୍ଥ୍ୟ ପାଇଁ କ୍ଷତିକାରକ। ପ୍ୟାକେଟ ଖାଦ୍ୟ ଜମା ନକିଣି ସଜ ପରିବାକୁ ଭଲ ଭାବେ ଧୋଇ କାଟି ରୋଷେଇ କରନ୍ତୁ।

ରେଡ ମିଟ୍ : ରେଡ ମିଟ୍ ଓ ଅଣ୍ଡାରେ ସବୁଠୁ ଅଧିକ ପ୍ରୋଟିନ୍ ଥାଏ। ଶୀତଦିନେ ଅଧିକ ଏହାକୁ ଖାଇବା ଦ୍ଵାରା ଛାତିରେ କଫ ସମସ୍ୟା ବଢ଼ିପାରେ। ମିଟ୍ ପରିବର୍ତ୍ତେ ମାଛ ଖାଇ ପାରିବେ। ମାଛରେ ମଧ୍ୟ ପ୍ରୋଟିନ୍ ରହିଛି। କିନ୍ତୁ ଏହା ସ୍ଵାସ୍ଥ୍ୟ ପ୍ରତି ସମସ୍ୟା ସୃଷ୍ଟି କରେନାହିଁ।

ମତାମତ ଦିଅନ୍ତୁ ।