Breaking Newsରାଜ୍ୟ

ସ୍କର୍ପିଓ ଓଲଟି ଶଳା-ଭିଣୋଇ ମୃତ

ନୂଆପଡ଼ା : ସିନାପାଲି ହଳଦିମୁଣ୍ଡା ଗାଁକୁ ବରଯାତ୍ରୀରେ ଯାଇ ଗତକାଲି ରାତିରେ ଘରକୁ ଫେରୁଥିବା ସ୍କର୍ପିଓ ଦୁର୍ଘଟଣାଗ୍ରସ୍ତ ହୋଇଛି। ଗାଡିଟି ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ଶଳା-ଭିଣୋଇଙ୍କର ମୃତ୍ୟୁ ଘଟିଛି।

ଖବର ଅନୁଯାୟୀ ବରଯାତ୍ରୀ ଯାଇଥିବା ଶଳା-ଭିଣୋଇ ନିଜ ଘର ବୋଡେନ ଥାନା ରାଜପୁର ଓ ଟିମନପୁର ଫେରୁଥିଲେ। ଏହି ସମୟରେ ଫୋର୍ ୱେର ଟିମନପୁର ପାଖରେ ରାସ୍ତା ଉପରେ କେହି ଦୁର୍ବୃତ୍ତ ବଡ ପଥର ରଖି ଦେଇଥିବାରୁ ଗାଡି ଭାରସାମ୍ୟ ହରାଇ ଗାଡି ଓଲଟି ପଡିଥିଲା। ମୃତକ ବୋଡେନ ଥାନା ଅଞ୍ଚଳ ତେନ୍ତୁଳିପଡାର କଲ୍ୟାଣ ନାଗ ଓ ଅନ୍ୟଜଣକ ରାଜପୁରର ଲକ୍ଷ୍ମଣ ବାଗ ବୋଲି ଜଣାପଡିଛି। ବିଳମ୍ବିତ ରାତିରେ ଖବର ପାଇ ସିନାପାଲି ପୋଲିସ ଓ ସିନାପାଲି ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରିଥିଲେ। କିନ୍ତୁ ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣକ ବୋଡେନ ହସ୍ପିଟାଲରେ ମୃତ୍ୟୁବରଣ କରିଛନ୍ତି। ଗାଡିର ଡ୍ରାଇଭର ଶୁଶିଲ ଧରୁଆଙ୍କୁ ଗୁରୁତର ଅବସ୍ଥାରେ ଖଡିଆଳ ମିଶନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ମତାମତ ଦିଅନ୍ତୁ ।

Back to top button