ସ୍କୁଲ ଫି ୫୦ ପ୍ରତିଶତ ଛାଡ ନହେଲେ ଆନ୍ଦୋଳନ : ଛାତ୍ର କଂଗ୍ରେସ

ଭୁବନେଶ୍ୱର : କରୋନା ମହାମାରୀ ସମୟରେ ଅଭିଭାବକମାନଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଯାଇଛି। ସ୍କୁଲ, କଲେଝ ଫିସ୍ ଦେବାକୁ ସେମାନେ ଅସମର୍ଥ। ଏଭଳି ସ୍ଥିତିରେ ମୁଖ୍ୟମନ୍ତ୍ରୀ କେବଳ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ହେବାକୁ ଥିବା ମାଟ୍ରିକ୍ ପରୀକ୍ଷା ଫି ଛାଡ କରିବା ଦୁର୍ଭାଗ୍ୟଜନକ। ଏହା କହିଛନ୍ତି ଛାତ୍ର କଂଗ୍ରେସର ରାଷ୍ଟ୍ରୀୟ ସଂପାଦକ ଶ୍ରୀ ରୋସନ ଲାଲବିଟୁ।

ଗୁରୁବାର ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବିଟୁ କହିଛନ୍ତି ମୁଖ୍ୟମନ୍ତ୍ରୀ ପ୍ରାଇଭେଟ୍ ସ୍କୁଲ, କଲେଜରେ ପଢୁଥିବା ଛାତ୍ର ଛାତ୍ରୀଙ୍କ ସ୍ୱାର୍ଥକୁ ଏଡାଇ ଯାଇଛନ୍ତି। ଏହାର ମାଲିକମାନେ ଅଭିଭାବକଙ୍କ ତଂଟି ଚିପି ଫିସ୍ ଆଦାୟ କରୁଛନ୍ତି। ଏ ନେଇ ମାନ୍ୟବର ହାଇକୋର୍ଟ ଉଦ୍‌ବେଗ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀମାନଙ୍କ ପ୍ରତି ବୈମାତୃକ ମନୋଭାବ ପୋଷଣ କରିଛନ୍ତି। ଶିକ୍ଷା ଆଇନ୍‌ରେ ସରକାର ସ୍କୁଲ ଫିସ୍‌କୁ ନିୟନ୍ତ୍ରିତ କରିବାର ବ୍ୟବସ୍ଥା ରହିଛି। ଯଦି ଘରୋଇ ସ୍କୁଲ, କଲେଜ ସରକାରଙ୍କ କଥା ମାନୁ ନାହାନ୍ତି ତେବେ ସରକାର ସେମାନଙ୍କ ଏନ୍‌.ଓ.ସି. ଓ ସ୍ୱୀକୃତି ପ୍ରତ୍ୟାହାର ପାଇଁ ନୋଟିସ୍ କରନ୍ତୁ ବୋଲି ସେ କହିଛନ୍ତି। ଏହି ଅବସରରେ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ୟାସିର୍ ନୱାଜ ସ୍କୁଲ ଫିସ୍ ୫୦ ପ୍ରତିଶତ ଛାଡ କରାଯାଉ। ନଚେତ ଛାତ୍ର କଂଗ୍ରେସ ଏହି ପ୍ରସଙ୍ଗରେ ଆନ୍ଦୋଳନ କରିବ।

ମତାମତ ଦିଅନ୍ତୁ ।