ସ୍କୁଲ ପିଲାଙ୍କୁ ଦିଆଯିବ ଆଇରନ୍ ଟାବଲେଟ୍

ଭୁବନେଶ୍ୱର : ସ୍କୁଲ ପିଲାଙ୍କୁ ମଧ୍ୟାହ୍ନ ଭୋଜନରେ ଆଇରନ୍ ଟାବଲେଟ ଦିଆଯିବ। ମଧ୍ୟାହ୍ନ ଭୋଜନ ରାସନ୍ ସହିତ ଏହି ଟାବଲେଟ୍ ଯୋଗାଇଦେବା ସମ୍ପର୍କରେ ମଧ୍ୟାହ୍ନ ଭୋଜନ ରାଜ୍ୟ ନୋଡାଲ ଅଫିସର ଗଙ୍ଗାଧର ସାହୁ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି। ପିଲାମାନଙ୍କୁ ଏହି ଆଇରନ୍ ଫୋଲିକ୍ ଏସିଡ୍ ଟାବଲେଟ୍ ଶିକ୍ଷକ ବାଣ୍ଟିବେ। ଜୁଲାଇ ଓ ଅଗଷ୍ଟ ମାସ ଲାଗି ପ୍ରତି ପିଲା ପିଛା ୧୦ଟି ଲେଖାଏଁ ଟାବଲେଟ୍ ଦିଆଯିବ। ପିଲାଙ୍କୁ ଅପପୁଷ୍ଟି ଓ ରୋଗ ପ୍ରତିରୋଧର କ୍ଷମତା ବଢାଇବାକୁ ଏହି ପଦକ୍ଷେପ ନିଆଯାଇଛି।

ମତାମତ ଦିଅନ୍ତୁ ।