ଛାତ୍ରଛାତ୍ରୀମାନଙ୍କୁ ସ୍କୁଲରେ ମିଳିବ ଜାତି ପ୍ରମାଣ ପତ୍ର

ଭୁବନେଶ୍ୱର : ଏଣିକି ଛାତ୍ରଛାତ୍ରୀମାନଙ୍କୁ ନିଜ ସ୍କୁଲରେ ଜାତି ପ୍ରମାଣ ପତ୍ର ମିଳିବ। ଏଥିସହ ଆୟ ଓ ଆବାସିକ ପ୍ରମାଣପତ୍ର ପ୍ରଦାନ କରାଯିବ। ରାଜ୍ୟ ସରକାର ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କ ଏହି ବ୍ୟବସ୍ଥା କରିଛନ୍ତି।

ଖବର ଅନୁଯାୟୀ ରାଜସ୍ୱ ନିରୀକ୍ଷକମାନେ ସ୍କୁଲରେ କ୍ୟାମ୍ପ କରି ସାର୍ଟିଫିକେଟ ଦେବେ। ସାର୍ଟିଫିକେଟ ବଣ୍ଟନ ବେଳେ ପ୍ରଧାନ ଶିକ୍ଷକ ଓ ଶ୍ରେଣୀ ଶିକ୍ଷକ ଉପସ୍ଥିତ ରହିବେ। ଖରାଛୁଟି ପୂର୍ବରୁ ଏକ ନିର୍ଦ୍ଦିଷ୍ଟ ତାରିଖରେ ଏହି ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଏନେଇ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ ନିର୍ଦ୍ଦେଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *

Back to top button