ସ୍କୁଟିରୁ ବ୍ରାଉନସୁଗର ଜବତ, ଜଣେ ଗିରଫ

ପଟ୍ଟାମୁଣ୍ଡାଇ : ପତ୍ରପୁର ବ୍ରିଜ ନିକଟରୁ ୨ ଲକ୍ଷ ଟଙ୍କାର ବ୍ରାନସୁଗର ଜବତ। ଏହି ଘଟଣାରେ ପୋଲିସ ଜଣେ ଯୁବକକୁ ଗିରଫ କରିଛି। ତାଙ୍କ ନାଁ ରମାକାନ୍ତ ଦାସ ଓରଫ ବାପି। ଘର ପଟ୍ଟାମୁଣ୍ଡାଇ ଦକ୍ଷିଣଦିଆ ଗ୍ରାମରେ ବୋଲି ଆଳି ଥାନା ଅଧିକାରୀ ସଲୀଳ କୁମାର ପ୍ରଧାନ ସୂଚନା ଦେଇଛନ୍ତି। ଖବର ଅନୁଯାୟୀ ପଟ୍ଟାମୁଣ୍ଡାଇରୁ ସ୍କୁଟିରେ ଜଣେ ଯୁବକ ବ୍ରାନସୁଗର ନେଇ ଆଳି ଆସୁଥିବା ପୋଲିସକୁ ସୂଚନା ମିଳିଥିଲା। ସେଥିପାଇଁ ପୋଲିସ ପତ୍ରପୁର ବ୍ରିଜ ନିକଟରେ ଜଗି ରହିଥିଲେ। ସମ୍ପୃକ୍ତ ଯୁବକ ସେଠାରେ ପହଞ୍ଚିବା ପରେ ପୋଲିସ ସ୍କୁଟି ଅଟକାଇ ଯାଞ୍ଚ କରିବାରୁ ୭ ଗ୍ରାମରୁ ଅଧିକ ବ୍ରାଉନସୁଗାର ମିଳିବାରୁ ଅଭିଯୁକ୍ତକୁ ଗିରଫ କରାଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲାରେ ବ୍ରାଉନସୁଗର ଜବତ ପ୍ରଥମ ଘଟଣା ହୋଇଥିବାରୁ ପୋଲିସ ଖୋଳତାଡ଼ ଜାରି ରଖିଥିବା ଜଣାପଡିଛି।

ମତାମତ ଦିଅନ୍ତୁ ।