ଭିଡିଓରେ ଦେଖନ୍ତୁ : ବିଜେପି ସାଧାରଣ ସମ୍ପାଦକଙ୍କୁ ଚପଲ ମାଡ଼

ନୂଆଦିଲ୍ଲୀ :ଟେଲିଭିଜନ ଲାଇଭ ସୋରେ ଆନ୍ଧ୍ରପ୍ରଦେଶ ବିଜେପି ସାଧାରଣ ସମ୍ପାଦକ ବିଷ୍ଣୁବର୍ଦ୍ଧନ ରେଡ୍ଡୀଙ୍କୁ ଚପଲ ମାଡ଼ ହୋଇଛି। ଏହି କାର୍ଯ୍ୟକ୍ରମର ଭିଡିଓ ଏବେ ସାରା ଦେଶରେ ଭାଇରାଲ ହେବାରେ ଲାଗିଛି। ଅମରାବତୀ ରାଜଧାନୀ ଲାଗି ଜମିହରା କୃଷକଙ୍କ ଆନ୍ଦୋଳନକୁ ନେଇ ବିଜେପି ସାଧାରଣ ସମ୍ପାଦକ ଚାଷୀଙ୍କ ପ୍ରତି ବିବାଦୀୟ ମନ୍ତବ୍ୟ ଦେଇ ଚପଲ ମାଡ଼ ଖାଇଛନ୍ତି। ଗଣତନ୍ତ୍ରରେ ଶାରୀରିକ ଆକ୍ରମଣର ସ୍ଥାନ ନାହିଁ, ଏହାକୁ ସମ୍ପୂର୍ଣ୍ଣ ନିନ୍ଦା କରାଯିବା ଉଚିତ।

ତେବେ ଲାଇଭ ସୋରେ ବିଜେପି ସାଧାରଣ ସମ୍ପାଦକ ଅମରାବତୀ ଆନ୍ଦୋଳନକାରୀ ଚାଷୀଙ୍କୁ ପେଡ ଆର୍ଟିଷ୍ଟ କହିଥିଲେ। ଏହା ଛଡା ଆନ୍ଦୋଳନକାରୀ ମହିଳାଙ୍କପ୍ରତି ଆପତ୍ତିଜନକ ମନ୍ତବ୍ୟ ଦେବାରୁ ଏଭଳି ପରିସ୍ଥିତି ଉପୁଜିଛି। ଅମରାବତୀ ଜଏଣ୍ଟ ଆକ୍ସନ କମିଟି (ଏଜେଏସି) କନଭେନର ଶ୍ରୀନିବାସ ରାଓ ତାଙ୍କୁ ମନ୍ତବ୍ୟ ଲାଗି ପ୍ରଥମେ ଚପଲ ଦେଖାଇ ସତର୍କ କରିଥିଲେ। ଏହା ସତ୍ତ୍ୱେ ବିଷ୍ଣୁ ରେଡ୍ଡୀ ସଞ୍ଜତ ନ ହେବାରୁ ସେ ସିଧା ତାଙ୍କୁ ଚପଲରେ ବାଡେଇଛନ୍ତି । ଅମରାବତୀ ରାଜଧାନୀ ହେବା ଯୋଗୁ ଏଥିପାଇଁ ଜମି ଦେଇଥିବା ଚାଷୀ ଗତ ୨ ବର୍ଷ ହେଲା ବିକ୍ଷୋଭ ଚଳାଇ ଆସୁଛନ୍ତି।  ତେଲଗୁଦେଶମ ପାର୍ଟି (ଟିଡିପି) ନେତା ଏନ୍.ଚନ୍ଦ୍ରବାବୁ ନାୟଡୁଙ୍କ ଭରସାରେ ସେମାନେ ନିଜ ଭାତ ହାଣ୍ଡି ସରକାରଙ୍କ ହାତକୁ ଟେକି ଦେଇଥିଲେ। ହେଲେ ନାୟଡୁଙ୍କ ପରେ ରାଜ୍ୟରେ କ୍ଷମତାକୁ ଆସିଥିବା ଜଗନମୋହନ ରେଡ୍ଡୀ ସରକାର ଚାଷୀଙ୍କୁ ପଛ କରିଦେଇଛନ୍ତି।

Leave a Reply

Your email address will not be published. Required fields are marked *

Back to top button