ଶ୍ମଶାନରେ ଜାଗା ନାହିଁ, ପାର୍କରେ ହେଉଛି ଅନ୍ତିମ ସଂସ୍କାର

0

ନୂଆଦିଲ୍ଲୀ : ଦେଶର ରାଜଧାନୀ ଦିଲ୍ଲୀକୁ କବଳିତ କରିଛି ମହାମାରୀ କରୋନା। ଦିନକୁ ଦିନ ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ରେକର୍ଡ ସୃଷ୍ଟି କରୁଛି। ସ୍ଥିତି ଏପରି ହୋଇଛି ଶ୍ମଶାନ ଘାଟରେ ଶବ ଦାହ ପାଇଁ ଲାଗୁଛି ଲମ୍ବା ଲାଇନ। କେବଳ ସେତିକି ନୁହେଁ ଶ୍ମଶାନରେ ସ୍ଥାନାଭାବ ଯୋଗୁ ପାର୍କରେ ହେଉଛି ଅନ୍ତିମ ସଂସ୍କାର।

ଖବର ଅନୁଯାୟୀ ଦିଲ୍ଲୀରେ ତିନି ନଗର ନିଗମର ୯ଟି କ୍ଷେତ୍ରରେ ୨୧ ଶ୍ମଶାନ ଓ କବରସ୍ତାନ ରହିଛି। ମାତ୍ର ମୃତକଙ୍କ ସଂଖ୍ୟା ଯେଉଁ ହାରାରେ ବଢିଚାଲିଛି ଶ୍ମଶାନ ଘାଟରେ ଜାଗା ମିଳୁନି। ଏହି କାରଣରୁ ସରାୟ କାଲେ ଖାନ ସ୍ଥିତ ଏକ ପାର୍କରେ ଅନ୍ତିମ ସଂସ୍କାର କରାଯାଉଛି। ଏଥିପାଇଁ ପାର୍କରେ ଅଲଗା ୫୦ କଙ୍କ୍ରିଟ୍ ଦାହର ବ୍ୟବସ୍ଥା କରାଯାଉଛି। ପୂର୍ବରୁ ୨୦ କଙ୍କ୍ରିଟ୍ ଦାହ ପାଇଁ ବ୍ୟବସ୍ଥା ଥିଲା। ଜୁଇ ତିଆରି କରୁଥିବା ଠିକାଦାର କହିଛନ୍ତି ଏଠାକୁ ଏତେ ମାତ୍ରାରେ ମୃତଦେହ ଆସୁଛି ଶ୍ମଶାନ ଘାଟ ଛୋଟ ପଡି ଯାଉଛି। ଯାହାଫଳରେ ନୂତନ କଙ୍କ୍ରିଟ୍ ଶବଦାହର ବ୍ୟବସ୍ଥା କରାଯାଉଛି।

Leave A Reply

Your email address will not be published.