ଶ୍ମଶାନରେ ନିଆଁ ଲିଭୁନି : ସଂସ୍କାର ପାଇଁ ଲାଗୁଛି ଲାଇନ୍‌

ଲକ୍ଷ୍ନୌ : ଉତ୍ତରପ୍ରଦେଶର ଲକ୍ଷ୍ନୌରେ କରୋନାର ଗୁରୁତର ପରିସ୍ଥିତି ସୃଷ୍ଟି କରିଛି। ଆଲମବାଗ ଅଞ୍ଚଳରେ ଥିବା ନହର ଶ୍ମଶାନ ଘାଟର ଦୃଶ୍ୟ ଏହାହିଁ ସୂଚିତ କରୁଛି। ପ୍ରତିଦିନ ୫୦ରୁ ୬୦ କରୋନାରେ ମୃତକଙ୍କ ଅନ୍ତିମ ସଂସ୍କାର ହେଉଥିବାରୁ ଶ୍ମଶାନ ଘାଟରେ ନିଆଁ ଲିଭୁନି। ଏପରିକି ଅନ୍ତିମ ସଂସ୍କାର ପାଇଁ ଲୋକଙ୍କୁ ଲାଇନ୍‌ ଲଗାଇବାକୁ ପଡୁଛି।

ଖବର ଅନୁଯାୟୀ ନହର ଶବଦାହ ଗୃହରେ କାର୍ଯ୍ୟ କରୁଥିବା ଜଣେ ପଣ୍ଡିତ କହିଛନ୍ତି ଗତ ସନ୍ଧ୍ୟାରେ କରୋନା ସଂକ୍ରମିତ ମୃତ ବ୍ୟକ୍ତିଙ୍କ ସଂସ୍କାର ପାଇଁ ଗୋରଖପୁରରୁ କିଛି ଲୋକେ ଆସିଥିଲେ। ସେତେବେଳେ ଶ୍ମଶାନରେ ଜାଗା ନଥିବାରୁ ସେମାନଙ୍କୁ ଅପେକ୍ଷା କରିବାକୁ କୁହାଯାଇଥିଲା। କିନ୍ତୁ ସେମାନେ ଗେଟ ବାହାରେ ମୃତଦେହକୁ ଛାଡି ପଳାଇ ଯାଇଥିଲେ। ଯାହାଫଳରେ ଜଣେ ସଫେଇକର୍ମୀ ଓ ସେ ମିଶି ମୃତଦେହର ଅନ୍ତିମ ସଂସ୍କାର କରିଥିଲେ। ସେହିପରି ଆଲମବାଗର ପୂର୍ବତନ କାଉନସିଲର ଭୁପେନ୍ଦ୍ର ସିଂଙ୍କ କହିଛନ୍ତି ମୃତଦେହ ପାଇଁ ପ୍ରଶାସନ କୌଣସି ବ୍ୟବସ୍ଥା କରି ନାହିଁ। କରୋନା ସଂକ୍ରମିତଙ୍କ ମୃତଦେହକୁ ଜାଳିବାରେ ବହୁ ଅସୁବିଧା ହେଉଛି।

Leave a Reply

Your email address will not be published. Required fields are marked *

Back to top button