ଶୋଇବା ଘରେ ହନୁମାନଙ୍କ ଫଟୋ ଲଗାଇବା ଅନୁଚିତ

ଭୁବନେଶ୍ୱର : ବାସ୍ତୁଶାସ୍ତ୍ର ଅନୁସାରେ କେତେକ ଜିନିଷ ଶୟନ କକ୍ଷରେ ରଖିବା ଉଚିତ୍ ନୁହେଁ। କାରଣ ଏହାର ପ୍ରଭାବ ଦାମ୍ପତ୍ୟ ଜୀବନ ଉପରେ ପଡିଥାଏ। ବାସ୍ତୁ ଦୋଷ ପାଇଁ ଅଶାନ୍ତି ସୃଷ୍ଟି ହୁଏ। ତେବେ କେଉଁ ଜିନିଷ ଶୋଇବା ଘରେ ରଖିବା ଅନୁଚିତ ଆସନ୍ତୁ ସେ ସମ୍ପର୍କରେ ଜାଣିବା।
୧. ବାସ୍ତୁଶାସ୍ତ୍ର ଅନୁଯାୟୀ ଶୋଇବା କୌଣସି ଫଟୋ ଲଗାନ୍ତୁ ନାହିଁ।
୨. ଘର ଭିତରେ କିମ୍ବା ବାହାରେ ଭୁଲ୍ ସ୍ଥାନରେ ଗଛ ଲଗାଇଲେ ଖରାପ ପ୍ରଭାବ ପଡ଼ିଥାଏ। ଶୋଇବା ଘରେ କୌଣସି ଗଛ ରଖନ୍ତୁ ନାହିଁ। ଏହାଦ୍ୱାରା ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଦୂରତା ବଢ଼ିବ।
୩. ଶୋଇବା ଘରେ ଆକ୍ୱାରିୟମ୍ ରଖିଲେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ସୃଷ୍ଟି ହୁଏ। ସ୍ୱାସ୍ଥ୍ୟ ଉପରେ ମଧ୍ୟ ପଡେ ଖରାପ ପ୍ରଭାବ। ତେଣୁ ଏହାକୁ ସର୍ବଦା ଘରର ପ୍ରବେଶ ଦ୍ୱାରର ବାମପଟେ ରଖିଲେ ଭଲ ଫଳ ମିଳିବ।
୪. ଘରେ ହନୁମାନଙ୍କ ଫଟୋ ଲଗାଇବା ବେଳେ ଗୋଟିଏ କଥା ପ୍ରତି ଧ୍ୟାନ ଦିଅନ୍ତୁ। ହନୁମାନ ହେଉଛନ୍ତି ବାଲ ବ୍ରହ୍ମଚାରୀ। ତାଙ୍କ ଫଟୋ ଶୋଇବା ଘରେ ଲଗାଇବା ଉଚିତ ନୁହେଁ। ତାଙ୍କ ମୂର୍ତ୍ତି ମଧ୍ୟ ଶୋଇବା ଘରେ ରଖନ୍ତୁନି। ବାସ୍ତୁଶାସ୍ତ୍ର ଅନୁସାରେ ହନୁମାନଙ୍କ ବଳ ଦକ୍ଷିଣ ଦିଗରେ ସବୁଠାରୁ ଅଧିକ। ତେଣୁ ଘରର ଦକ୍ଷିଣ ଦିଗରେ ହନୁମାନଙ୍କ ଫଟୋ କିମ୍ବା ମୂର୍ତ୍ତ ରଖିଲେ ଶୁଭ ଫଳ ମିଳିଥାଏ।