ସୋମ ଓ ମଙ୍ଗଳବାର ହାଇକୋର୍ଟ ବନ୍ଦ

କଟକ : ଆସନ୍ତାକାଲି ଠାରୁ ଓଡ଼ିଶା ହାଇକୋର୍ଟ ଦୁଇଦିନ ବନ୍ଦ ରହିବ। ଏନେଇ ରେଜିଷ୍ଟ୍ରାର ଜେନେରାଲ ନିର୍ଦେଶ ଦେଇଛନ୍ତି। ତାଙ୍କ ନିର୍ଦ୍ଦେଶ ଅନୁଯାୟୀ ହାଇକୋର୍ଟ ସହ ଏହାର କାର୍ଯ୍ୟାଳୟ ବନ୍ଦ ରହିବ। କିଛି ବିଭାଗରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିଥିବାରୁ ଏଭଳି ନିଷ୍ପତ୍ତି ହୋଇଛି। ହାଇକୋର୍ଟ ପରିସରକୁ ସାନିଟାଇଜ କରିବାକୁ ନିର୍ଦେଶନାମାରେ କୁହାଯାଇଛି।

ମତାମତ ଦିଅନ୍ତୁ ।