ସୋମବାରରୁ ଖୋଲିବ ମନ୍ଦିର ଓ ଧର୍ମାନୁଷ୍ଠାନ

ମୁମ୍ବାଇ : ଆସନ୍ତା ସୋମବାର ଠାରୁ କରୋନା ପାଇଁ ବନ୍ଦ ରହିଥିବା ମନ୍ଦିର ଓ ଧର୍ମାନୁଷ୍ଠାନ ଖୋଲିବ। ମହାରାଷ୍ଟ୍ର ସରକାର ଆଜି ଏହି ଘୋଷଣା କରିଛନ୍ତି। ତେବେ କରୋନା କଟକଣାକୁ କଡ଼ାକଡ଼ି ପାଳନ କରାଯିବା ସହ ଏଥିପାଇଁ ଖୁବଶୀଘ୍ର ଗାଇଡଲାଇନ ଜାରି କରିବେ ବୋଲି ରାଜ୍ୟ ସରକାର କହିଛନ୍ତି।

ଶନିବାର ରାଜ୍ୟବାସୀଙ୍କୁ ଦୀପାବଳି ପାଇଁ ଶୁଭେଚ୍ଛା ଜଣାଇବା ବେଳେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଖୁବଶୀଘ୍ର ଧର୍ମାନୁଷ୍ଠାନ ଖୋଲିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ସେହିପରି ଦୀପାବଳି ପରେ ରାଜ୍ୟରେ ୯ମରୁ ଦ୍ୱାଦଶ ଶ୍ରେଣୀ ଯାଏ ସ୍କୁଲ ଗୁଡ଼ିକ ଖୋଲିବ ବୋଲି କହିଛନ୍ତି।

ମତାମତ ଦିଅନ୍ତୁ ।