ସୋମବାରଠାରୁ ରାଜଧାନୀରେ ୧୮ ବର୍ଷରୁ ଊର୍ଦ୍ଧ୍ୱଙ୍କ ଟିକା ଟିକାକରଣ

0

ଭୁବନେଶ୍ୱର : ସୋମବାରଠାରୁ ରାଜଧାନୀ ଭୁବନେଶ୍ୱରରେ ୧୮ରୁ ୪୪ ବର୍ଷ ବର୍ଗଙ୍କୁ ଟିକାକରଣ କରାଯିବ। ସେଥିପାଇଁ ଆଜି ସଂଧ୍ୟାରେ ସ୍ଲଟ ବୁକିଂ ଆରମ୍ଭ ହେବ। ଟିକାକରଣ କେନ୍ଦ୍ରକୁ ନ ଆସି କୋ-ଓ୍ୱିନ ପୋର୍ଟାଲରେ ପଞ୍ଜୀକରଣ କରିବାକୁ ଅନୁରୋଧ କରିଛନ୍ତି ଭୁବନେଶ୍ୱର ମହାନଗର ନିଗମ କମିଶନର ପ୍ରେମଚନ୍ଦ୍ର ଚୌଧୁରୀ। ସେ କହିଛନ୍ତି ବିନା ପଞ୍ଜୀକରଣରେ ଟିକା ଦିଆଯିବନାହିଁ। ଭୁବନେଶ୍ୱର ମହାନଗର ଅଞ୍ଚଳରେ ଭ୍ୟାକସିନ୍‌ ଅଭାବ ନାହିଁ ବୋଲି ସେ ସୂଚନା ଦେଇଛନ୍ତି।

କମିଶନର ଶ୍ରୀ ଚୌଧୁରୀଙ୍କ ସୂଚନା ଅନୁଯାୟୀ ଭୁବନେଶ୍ୱରରେ ବର୍ତ୍ତମାନ ସୁଦ୍ଧା ୭୫୮୮ ଆକ୍ଟିଭ କେସ ରହିଛି। ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ବିଏମସିରେ ବେଡ୍‌ର ଅଭାବ ନାହିଁ। ୩୫୫୩ଟି ବେଡ୍‌ ଉପଲବ୍ଧ ରହିଛି। ଏଥିରୁ ୫୩୧ଟି ଆଇସିୟୁ ବେଡ୍‌ ରହିଛି। ଆଇସିୟୁ ବେଡ୍‌ରେ ୯୫ ପ୍ରତିଶତରେ ରୋଗୀଙ୍କ ଚିକିତ୍ସା ଚାଲିଥିବା ବେଳେ ୫୩୬ଟି ଏଚଡ଼ିୟୁ ବେଡ୍‌ ମଧ୍ୟରୁ ୫୦ ପ୍ରତିଶତ ରୋଗୀ ଚିକିତ୍ସାଧୀନ ଅଛନ୍ତି। ଏହାଛଡା ବିଏମ୍‌ସି ଅଧୀନରେ ସାଧାରଣ ବେଡ୍‌ ୨୧୮୬ ରହିଛି। ଏହି ବେଡ୍‌ର ୫୦ ପ୍ରତିଶତ ଖାଲି ପଡ଼ିଛି। ଭୁବନେଶ୍ୱରର ୮୫ ପ୍ରତିଶତ ଆକ୍ରାନ୍ତ ଘରେ ଆଇସୋଲେସନ୍‌ରେ ଅଛନ୍ତି। ପ୍ରତି ଓ୍ୱାର୍ଡର ଆରଆରଟି ଆଇସୋଲେସନରେ ଥିବା ଆକ୍ରାନ୍ତଙ୍କୁ ନଜର ରଖିଛନ୍ତି। ଲକ୍ଷଣ ଦେଖାଦେଲେ ଟେଷ୍ଟ କରାଇବାକୁ ଆସନ୍ତୁ ବୋଲି ସେ କହିଛନ୍ତି।

Leave A Reply

Your email address will not be published.