ସୋନପୁର : ବୋଲେରୋ-ଟ୍ରକ୍ ମୁହାଁମୁହିଁ, ୮ ଗୁରୁତର

0

ସୋନପୁର : ବଲାଙ୍ଗିର-ସୋନପୁର ରାସ୍ତାରେ ଆଜି ବୋଲେରୋ-ଟ୍ରକ୍ ମୁହାଁମୁହିଁ ଧକ୍କା ହେବାରୁ ୮ ଜଣ ଗୁରୁତର ହୋଇଛନ୍ତି। ଆହତମାନଙ୍କୁ ସୋନପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ହେଁ ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥବାରୁ ସେମାନଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି।

ଖବର ଅନୁଯାୟୀ ସୁବର୍ଣ୍ଣପୁର ଜିଲ୍ଲା ହରିଣାପାଲି ଗାଁର ଏକ ବରଯାତ୍ରୀ ପାର୍ଟିର କିଛି ଲୋକ ବୋଲେରୋରେ ପାଟଣାଗଡ଼ ଯାଇଥିଲେ। ସେମାନେ ବାହାଘର ସାରି ବିଳମ୍ବିତ ରାତିରେ ଫେରୁଥିବା ବେଳେ ଭୋର ସମୟରେ ବଡ଼ଝିଙ୍କିଠାରେ ଏକ ଚାଉଳ ବୋଝେଇ ଟ୍ରକ୍ ବୋଲେରୋକୁ ଧକ୍କା ଦେଇଥିଲା। ଫଳରେ ୮ ଜଣ ଗୁରୁତର ହୋଇଛନ୍ତି। ଖବର ପାଇ ପୋଲିସ ପହଞ୍ଚି ଗୁରୁତରମାନଙ୍କୁ ମେଡିକାଲ ପଠାଇଥିଲା। ଘଟଣାସ୍ଥଳରୁ ଟ୍ରକ୍‌ ଡ୍ରାଇଭର ଓ ହେଲପର ଫେରାର ହୋଇଯାଇଥିବା ଜଣାଯାଇଛି।

Leave A Reply

Your email address will not be published.