ସୋନିଆଙ୍କ କମିଟିରେ କୋରାପୁଟ ସାଂସଦ

ନୂଆଦିଲ୍ଲୀ : ମୋଦି ସରକାରଙ୍କ ବୈଦେଶିକ, ଆର୍ଥନୀତିକ ଓ ସୁର‍କ୍ଷା ପଲିସିର ସମୀ‍କ୍ଷା ପାଇଁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ୩ଟି କମିଟି ଗଠନ କରିଛନ୍ତି। ଏହି ଦଳୀୟ କମିଟିରେ ସ୍ଥାନ ପାଇଛନ୍ତି କୋରାପୁଟ କଂଗ୍ରେସ ସାଂସଦ ସପ୍ତଗିରି ଉଲାକା।

ସୋନିଆଙ୍କ ସବୁ କମିଟିରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ସଦସ୍ୟ ରହିଛନ୍ତି। ଅର୍ଥନୀତିକ ବ୍ୟାପାର କମିଟିରେ ମନମୋହନଙ୍କ ସମେତ ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ୱରମ, ମଲ୍ଲିକାର୍ଜୁନ ଖଡ଼ଗେ, ଦିଗବିଜୟ ସିଂ ଓ ଜୟରାମ ରମେଶ (ଆବାହକ) ରହିଛନ୍ତି। ସେହିପରି ବୈଦେଶିକ ବ୍ୟାପାର କମିଟିରେ ମନମୋହନ ସିଂହଙ୍କ ସମେତ ଆନନ୍ଦ ଶର୍ମା, ଶଶୀ ଥରୁର, ସଲମାନ ଖୁର୍ସିଦ୍ (ଆବାହକ) ଓ ସପ୍ତଗିରି ଉଲାକା ରହିଛନ୍ତି। ଜାତୀୟ ସୁର‍କ୍ଷା କମିଟିରେ ମନମୋହନ ସିଂହଙ୍କ ସମେତ ଗୁଲାମ ନବୀ ଆଜାଦ୍, ବୀରପ୍ପା ମୋଇଲି, ଭିନସେଣ୍ଟ ଏଚ୍ ପାଲା (ଆବାହକ) ଓ ଭି. ବୈଥିଲିଙ୍ଗମ୍ ରହିଛନ୍ତି।

ମତାମତ ଦିଅନ୍ତୁ ।