ସୋନିଆଙ୍କୁ କଙ୍ଗନାଙ୍କ ଟାର୍ଗେଟ

ମୁମ୍ବାଇ : ମହାରାଷ୍ଟ୍ର ସରକାର ଓ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ମଧ୍ୟରେ ବିବାଦ ବଢିଚାଲିଛି। ଶାସନ କ୍ଷମତାରେ ଥିବା ଶିବସେନା ସରକାର ବିରୋଧରେ କଙ୍ଗନା ମନ୍ତବ୍ୟ ରଖୁଥିବା ବେଳେ ଆଜି କଂଗ୍ରେସକୁ କରିଛନ୍ତି ଟାର୍ଗେଟ। କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କୁ ସେ ପ୍ରଶ୍ନ କରିଛନ୍ତି।

କଙ୍ଗନା ଟ୍ୱିଟ୍ କରି ଲେଖିଛନ୍ତି ସୋନିଆ ଗାନ୍ଧିଜୀ, ମହାରାଷ୍ଟ୍ର ସରକାର ମୋ ସହିତ ଯେଉଁଭଳି ବ୍ୟବହାର କଲେ, ତାହା ଦେଖି ଜଣେ ମହିଳା ଭାବେ ଆପଣଙ୍କୁ ଯନ୍ତ୍ରଣା ହୋଇନାହିଁ କି ? ଆମକୁ ଡ. ଆମ୍ବେଦକର ପ୍ରଦାନ କରିଥିବା ସମ୍ବିଧାନର ନିୟମଗୁଡ଼ିକୁ ପାଳନ କରିବାକୁ ଆପଣ ଆପଣଙ୍କ ସରକାରକୁ ଅନୁରୋଧ କରିପାରିବେ ନାହିଁ କି ?

ସେହିପରି ଅନ୍ୟ ଏକ ଟ୍ୱିଟ୍‌ରେ କଙ୍ଗନା କହିଛନ୍ତି ଆପଣ ପଶ୍ଚିମରେ ବଢ଼ିଛନ୍ତି ଓ ଭାରତରେ ରହୁଛନ୍ତି। ଆପଣ ଜଣେ ମହିଳାର ସଂଘର୍ଷ ବିଷୟରେ ଅବଗତ ଥାଇପାରନ୍ତି। ଯେତେବେଳେ ଆପଣଙ୍କ ନିଜ ସରକାର ମହିଳାମାନଙ୍କୁ ହଇରାଣ କରୁଛି ଓ ଆଇନ ଶୃଙ୍ଖଳାର ମଜା ଉଡ଼ାଉଛି, ସେ ସମୟରେ ଆପଣ ଚୁପ୍ ରହୁଛନ୍ତି। ଆପଣଙ୍କର ଏହି ନିରବତାକୁ ଇତିହାସ ବିଚାର କରିବ। ଆଶା କରେ ଆପଣ ଏଥିରେ ହସ୍ତକ୍ଷେପ କରିବେ।

ମତାମତ ଦିଅନ୍ତୁ ।