ସୋନୁଙ୍କ ବଦାନ୍ୟତା

ମୁମ୍ବାଇ: ବଲିଉଡ୍ ଅଭିନେତା ସୋନୁ ସୁଦ୍‌ଙ୍କୁ ନେଇ ପ୍ରତିଦିନ କିଛି ନା କିଛି ଖବର ସାମନାକୁ ଆସୁଛି । ଏହି କରୋନା ସ୍ଥିତିରେ ସେ ଲୋକଙ୍କ ପାଇଁ ମହାନ ବ୍ୟକ୍ତି ପାଲଟି ଯାଇଛନ୍ତି । ଏବେ ଆଉ ଏକ ସାହଯ୍ୟ କରି ସେ ଚର୍ଚ୍ଚାରେ । ସୋନୁ ସୁଦ୍‌  ହଳ କରି ଚାଷ କରୁଥିବା ଦୁଇ ଭଉଣୀଙ୍କୁ ଟ୍ରାକ୍ଟର ଉପହାର ଦେଇଛନ୍ତି । ସୋନୁ ସୁଦ୍‌ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଭିଡ଼ିଓକୁ ଦେଖିବା ପରେ ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ। 

ଏହି ଯୁବତୀମାନେ ଆନ୍ଧ୍ର ପ୍ରଦେଶର ଚେତ୍ତୁର ଅଞ୍ଚଳର । ଏହି ଯୁବତୀଙ୍କ ପିତାଙ୍କର ଚା ଦୋକାନ ଅଛି । କିନ୍ତୁ କରୋନା ଭାଇରସ  ଯୋଗୁଁ ଦୋକାନ ବନ୍ଦ ରହିଲା । ସେ ଆଉ ଅର୍ଥ ଉପାର୍ଜନ କରିପାରିଲେନି । ଏହାପରେ ସେମାନେ ଏକ ଛୋଟ କ୍ଷେତରେ ଫସଲ କରିବାକୁ ନିଷ୍ପତ୍ତି ନେଲେ । କିନ୍ତୁ  ତାଙ୍କ ପାଖରେ  ଆଉ କୌଣସି ଉପାୟ ନଥିଲା । ଦୁଇ ଝିଅ ପାଠ ପଢ଼ା ଛାଡ଼ି ବାପାଙ୍କୁ  ସାହାଯ୍ୟ କରିବାକୁ ସ୍ଥିର କଲେ । ଭେନେଲା ଓ ଚନ୍ଦନା ପରିବାରକୁ ସାହାଯ୍ୟ କରିବାକୁ ଯାଇ କ୍ଷେତରେ କାମ ଆରମ୍ଭ କରିଦେଲେ ।  ହଳ କରିବା ଛଡ଼ା ଆଉ କିଛି କରିବାର ନଥିଲା । ହାତରେ ହଳ କରିବା ଆରମ୍ଭ କରିଦେଲେ । 

ସୋସିଆଲ ମିଡ଼ିଆରେ ତାଙ୍କର ଭିଡ଼ିଓ ଭାଇରାଲ ହୋଇଗଲା। ସୋନୁ ସୁଦ୍ ଏହି ଭିଡ଼ିଓ ଦେଖି ଉଭୟଙ୍କୁ ସାହାଯ୍ୟ କରିବାକୁ ଶପଥ ନେଲେ । ଏହି ଝିଅଙ୍କ ପରିବାରକୁ ନୂଆ ଟ୍ରାକ୍ଟରଟିଏ ମଧ୍ୟ କିଣି ଦେଲେ । ସୋନୁ ସୁଦ୍‌ ମେସେଜ୍‌ ମଧ୍ୟ ଦେଇଥିଲେ କି କ୍ଷେତରେ କାମ ଟ୍ରାକ୍ଟରରେ ହେବ । ଝିଅଙ୍କୁ ପଢ଼ିବାକୁ ଦିଅ । ସୋନୁ ସୁଦ୍‌ଙ୍କର ଏହି  ପଦକ୍ଷେପରେ  ସୋସିଆଲ ମିଡ଼ିଆରେ ଚର୍ଚ୍ଚା ହେଉଛି । ଲୋକେ ଏହାକୁ ଜାଣି ଅଭିନେତା ସୋନୁ ସୁଦ୍‌ଙ୍କୁ ପ୍ରଶମସା କରୁଛନ୍ତି ।

ମତାମତ ଦିଅନ୍ତୁ ।