ସୋର: ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ

ବାଲେଶ୍ଵର : ସୋର କଲେଜ୍ ଛକ ନିକଟରେ ଆଜି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଟ୍ରେଲର ପଛରେ ଏକ ସ୍କର୍ପିଓ ପିଟି ହେବାରୁ ଘଟଣାସ୍ଥଳରେ ଜଣଙ୍କର ୨ ମୃତ୍ୟୁ ଘଟିଥିବା ବେଳେ ଦୁଇଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି।

ଖବର ଅନୁଯାୟୀ ସୋମବାର ଭୋାର ସମୟରେ ପଶ୍ଚିମବଙ୍ଗର ମୁକୁନ୍ଦପୁର ଅଞ୍ଚଳରୁ ଏକ ସ୍କର୍ପିଓ କାରରେ ଦୁଇଜଣ ରୋଗୀ କଟକର ଏସସିବି ମେଡିକାଲକୁ ଆସୁଥିଲେ। ସୋରର କଲେଜ୍ ଛକ ନିକଟରେ ଦୁର୍ଘଟଣା ଘଟିବାରୁ ୨ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ମୃତକଙ୍କ ନାମ ସେକ୍ ମୁର୍ତ୍ତାଜା ଓ ଜମାଲ୍ ଶାହା।
ଖବର ପାଇ ଘଟଣାସ୍ଥଳରେ ସୋର ପୋଲିସ ପହଞ୍ଚି ସ୍କର୍ପିଓର ଚାଳକକୁ ଥାନାକୁ ଆଣି ଅଟକ ରଖିଥିବା ବେଳେ ଗୁରୁତର ଆହତ ଦୁଇଜଣଙ୍କୁ ପ୍ରଥମେ ସୋର ପରେ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

ମତାମତ ଦିଅନ୍ତୁ ।