ସୋରିଷ ତେଲ ବଢାଏ ରୋଗ ପ୍ରତିରୋଧକ କ୍ଷମତା

ଭୁବନେଶ୍ୱର : ଦୈନନ୍ଦିନ ଜୀବନରେ ପ୍ରାୟ ସମସ୍ତେ ବ୍ୟବହାର ସୋରିଷ ତେଲ। ସୋରିଷ ତେଲ ବ୍ୟଞ୍ଜନକୁ ଯେତିକି ସ୍ୱାଦିଷ୍ଟ କରିଥାଏ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ସେତିକି ହିତକର। ଡାକ୍ତର ଓ ଡାଏଟିସିଆନମାନେ ଅନ୍ୟ ତେଲ ଅପେକ୍ଷା ଖାଦ୍ୟାରେ ସୋରିଷ ତେଲ ବ୍ୟବହାରକୁ ପ୍ରାଥମିକତା ଦେଇଥାନ୍ତି।

କେବଳ ସେତିକି ନୁହେଁ ବିଶେଷଜ୍ଞଙ୍କ କହିବାନୁଯାୟୀ ସୋରିଷ ତେଲ ଖାଇଲେ ଶରୀରରେ ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି ପାଏ। ସୋରିଷ ତେଲରେ ମୋନୋସାଚୁରେଟେଡ୍ ଫେଟି ଏସିଡ ରହିଛି। ଯାହା ଶରୀରରେ କୋଲେଷ୍ଟ୍ରୋଲ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ। ସୋରିଷ ତେଲରେ ଅଲ୍ଫା ଲିମୋଲେନିକ୍ ଏସିଡ୍ ରହିଛି। ଏହା ହୃଦୟକୁ ସୁସ୍ଥ ରଖିଥାଏ। ତେବେ ଆସନ୍ତୁ ଜାଣିବା ସୋରିଷ ତେଲ ବ୍ୟବହାରରେ ଆଉ କଣ ମିଳିବ ଫାଇଦା।

ଯାଦୁ କାଛୁରୁ ରକ୍ଷା କରେ ସୋରିଷ ତେଲ। ଏଥିରେ ଆଣ୍ଟି ବ୍ୟାକ୍ଟେରିଆଲ ଓ ଆଣ୍ଟି ଫଙ୍ଗଲ ତତ୍ତ୍ୱ ରହିଛି। ଏହାର ଡାଇଜେଷ୍ଟିଭ୍ ତତ୍ତ୍ୱ ହାନିକାରକ ସଂକ୍ରମଣରୁ ରକ୍ଷା କରିଥାଏ। ସେହିପରି ଏଥିରେ ଥିବା ଓ଼ମେଗା-୩, ଓ଼ମେଗା-୫ ଫେଟି ଏସିଡ ଓ ଭିଟାମିନ-ଇ ଶରୀରକୁ ପୋଷଣ ଯୋଗାଇବା ସହିତ ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରେ।

ସୋରିଷ ତେଲ ସାଇନସ ଓ ଥଣ୍ଡାକାଶରୁ ରକ୍ଷାକରେ। ଏଥିରେ ଥିବା ତୀକ୍ଷ୍ଣ ତତ୍ତ୍ୱ ସାଇନସକୁ ସଫା କରିବାରେ ବେଶ ଉପଯୋଗୀ। ରସୁଣ, ଲବଙ୍ଗ ସହ ଗରମ ସୋରିଷ ତେଲ ପାଦରେ ଓ ଛାତିରେ ମାଲିସ କଲେ ଥଣ୍ଡାକାଶରୁ ଆଶ୍ଵସ୍ତି ମିଳିଥାଏ।

ଲାଲ ରକ୍ତ କୋଷକୁ ମଜବୁତ କରେ ସୋରିଷ ତେଲ। ପ୍ଲାଜମା, ସେଲ ଲିପିଡ ଓ ସେଲ ଝିଲ୍ଲୀ ରୂପରେ ଅନେକ ବାୟୋଲଜିକାଲ ଫଙ୍କସନ ପାଇଁ ଶରୀର ଦ୍ୱାରା ଜରୁରୀ ମେଦର ଏକ ପ୍ରମୁଖ ସ୍ରୋତ। ସୋରିଷ ତେଲ କୋଲେଷ୍ଟ୍ରୋଲ କମ କରିବାରେ ସାହାଯ୍ୟ କରିଥାଏ। ଲାଲ ରକ୍ତ କୋଷ ଝିଲ୍ଲୀ ସଂରଚନାରେ ସୁଧାର ଆଣିଥାଏ।

ହୃଦୟ ସମ୍ବନ୍ଧୀୟ ରୋଗରୁ ସୁରକ୍ଷା ଦିଏ ଏହି ତେଲ। ଗବେଷଣାରୁ ଜଣାପଡିଛି ସୋରିଷ ତେଲ ସେବନ ଦ୍ୱାରା ହୃଦଘାତ ଓ ଏନଜାଇନା ବିପଦ ହ୍ରାସ ପାଇଥାଏ। ହୃଦୟ ସମ୍ବନ୍ଧୀୟ ରୋଗରେ ପୀଡିତ ଲୋକଙ୍କ ପାଇଁ ସୋରିଷ ତେଲ ସ୍ୱାସ୍ଥ୍ୟ ବିକଳ୍ପ ବୋଲି କୁହାଯାଏ।

ଗଣ୍ଠି ଯନ୍ତ୍ରଣାରୁ ମୁକ୍ତି ପାଇଁ ନିୟମିତ ସୋରିଷ ତେଲ ମାଲିସ କଲେ ମାଂସପେଶୀ ଓ ଗଣ୍ଠି ଯନ୍ତ୍ରଣାରୁ ଆଶ୍ଵସ୍ତି ମିଳିଥାଏ। ସୋରିଷ ତେଲରେ ଥିବା ଓ଼ମେଗା-୩ ଗଣ୍ଠିରେ ହେଉଥିବା ଯନ୍ତ୍ରଣାକୁ କମ କରିବାରେ ସାହାଯ୍ୟ କରେ। ଏହାଛଡା ଟ୍ରାଇଗ୍ଲିସରାଇଡ୍ସ, ରକ୍ତଚାପ ଓ ସୁଜନ କମ କରିବାରେ ସହାୟକ ହୋଇଥାଏ।

ମତାମତ ଦିଅନ୍ତୁ ।