ସୋଶାଲ ମିଡିଆରେ ଅପମାନଜନକ ମନ୍ତବ୍ୟ : ୫ ବର୍ଷ ଜେଲ୍ ଓ ଜରିମାନା

ଥିରୁଅନନ୍ତପୁରମ : ଏଣିକି ସୋଶାଲ ମିଡିଆରେ ବିବାଦୀୟ କିମ୍ବା କାହାକୁ ଅପମାନ ଜନକ ମନ୍ତବ୍ୟ ଦେଲେ କାର୍ଯ୍ୟାନୁଷ୍ଠାନ। କେରଳ ସରକାର ଏ ନେଇ ଏକ ଅଧ୍ୟାଦେଶ ଆଣିଛନ୍ତି। କେରଳ ସରକାରଙ୍କ ଏଭଳି ନିଷ୍ପତ୍ତିରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି. ଚିଦାମ୍ୱରମ୍ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି ।

କେରଳର ଏଲଡିଏଫ୍ ସରକାର ଆଣିଥିବା ଅଧ୍ୟାଦେଶ ଅନୁଯାୟୀ ଦୋଷୀ ବିରୋଧରେ ୫ ବର୍ଷ ଜେଲ୍ ଦଣ୍ଡାଦେଶ ନଚେତ ୧୦ ହଜାର ଟଙ୍କା ଜୋରିମାନା ବ୍ୟବସ୍ଥା ରହିଛି। ଯଦି ମାମଲା ସାଂଘାତିକ ହୋଇଥାଏ ତାହେଲେ ଜେଲଦଣ୍ଡ ସହିତ ଜେରିମାନା ଆଦାୟ କରାଯିବ। କେରଳ ରାଜ୍ୟପାଳ ଆତିଫ୍ ମହମ୍ମଦ ଖାନ୍ ଅଧ୍ୟାଦେଶକୁ କେରଳ ପୋଲିସ ଆକ୍ଟ ଆଧାରରେ ଅନୁମୋଦନ ଦେଇଛନ୍ତି। କଂଗ୍ରେସ ନେତା ଚିଦାମ୍ୱରମ ଏହି ଆଇନକୁ ବିରୋଧ କରିଥିବା ବେଳେ ସିପିଆଇ-ଏମ୍ ନେତା ୟେଚୁରୀ ଏହାକୁ କିପରି ସମର୍ଥନ କଲେ ବୋଲି କହିଛନ୍ତି। ବିରୋଧୀ ଦଳ ନେତା ରମେଶ ଚେନ୍ନିଥାଲାଙ୍କ ବିରୋଧରେ ୨୦୧୫ ମସିହା ବାର୍ ସ୍କାମ୍ ମାମଲାରେ ତଦନ୍ତକାରୀ ସଂସ୍ଥା ଚାରିଥର କ୍ଲୋଜର ରିପୋର୍ଟ ଦାଖଲ କରିଥିବା ତାଙ୍କୁ ଆଶ୍ଚର୍ଯ୍ୟ କରିଛି ବୋଲି ଚିଦାମ୍ବରମ୍ ଟ୍ୱିଟ୍ କରି କହିଛନ୍ତି।

ମତାମତ ଦିଅନ୍ତୁ ।