ସୋଶିଆଲ ମିଡିଆରେ ଭାଇରାଲ ହେଉଛି ବାଣୀଙ୍କ ଫଟୋ

0

ମୁମ୍ବାଇ : ବଲିଉଡ ଅଭିନେତ୍ରୀ ବାଣୀ କପୁର ସୋଶାଲ ମିଡିଆରେ ଏତେ ଆକ୍ଟିଭ ନୁହଁନ୍ତି। କିନ୍ତୁ ସେ ସେଆର କରୁଥିବା ଫଟୋ ଓ ଭିଡିଓକୁ ଲୋକେ ପ୍ରଶଂସା କରନ୍ତି ନାହିଁ। ହେଲେ ବାଣୀ ନିଜର ଫିଟନେସ ଓ ଷ୍ଟାଇଲିସ ଲୁକ୍‌କୁ ନେଇ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି। ତାଙ୍କ ଗ୍ଲାମରାସ ଲୁକ ଲୋକଙ୍କୁ ମତୁଆଲା କରିଦିଏ।

ଅଭିନେତ୍ରୀ ବାଣୀ ତାଙ୍କ ଇନଷ୍ଟାଗ୍ରାମରେ ଏକ ଫଟୋ ସେଆର କରିଛନ୍ତି। ଯାହା ସୋଶିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଫଟୋରେ ସେ ହଳଦିଆ ରଙ୍ଗର ଏକ କଟ୍‌ଆଉଟ୍ ଗାଉନ୍ ପିନ୍ଧି ପୋଜ ଦେଉଥିବା ଦେଖିବାକୁ ମିଳିଛି। ସେ ଫଟୋ କ୍ୟାପସନରେ ଲେଖିଛନ୍ତି ‘ନିଜ ଶରୀରରେ ଥିବା ସେଲ୍‌ସର କଳ୍ପନା କରନ୍ତୁ। ଆପଣଙ୍କ ଭିତରେ ଲକ୍ଷ ଲକ୍ଷ ତାରା ଚମକୁଛି…ତାକୁ ଚମକିବାକୁ ଦିଅନ୍ତୁ।

ବାଣୀଙ୍କ ଏହି ଫଟୋକୁ ବଲିଉଡ ଠାରୁ ଆରମ୍ଭ କରି ତାଙ୍କ ପ୍ରଶଂସକଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ପସନ୍ଦ ଆସୁଛି। ବି-ଟାଉନର ଷ୍ଟାରମାନେ ବାଣୀଙ୍କ ଫଟୋରେ କମେଣ୍ଟ ମଧ୍ୟ କରିଛନ୍ତି। ଅଭିନେତ୍ରର ଆଲିଆ ଭଟ୍ଟ ବାଣୀଙ୍କ ଫଟୋରେ ‘ବଡ଼ି’ ବୋଲି କମେଣ୍ଟ ଦେଇଛନ୍ତି। ସେହିପରି ଅଭିନେତ୍ରୀ ଡାଇନା ପେଣ୍ଟି ‘ଉଫ୍’ ବୋଲି ଲେଖିଛନ୍ତି।

ସୂଚନାଯୋଗ୍ୟ ‘ସୁଦ୍ଧ ଦେଶୀ ରୋମାନ୍ସ’ ଫିଲ୍ମରୁ ବଲିଉଡରେ ଡେବ୍ୟୁ କରିଥିବା ବାଣୀ କପୁରଙ୍କର ଆଗକୁ ୩ଟି ଫିଲ୍ମ ଆସୁଛି। ଫିଲ୍ମ ‘ବେଲ ବଟମ୍’ରେ ବାଣୀ କପୁର ଖିଲାଡି ଷ୍ଟାର ଅକ୍ଷୟ କୁମାରଙ୍କ ଅପୋଜିଟରେ ନଜର ଆସିବେ। କରଣ ମଲହୋତ୍ରାଙ୍କ ନିର୍ଦ୍ଦେଶତି ଫିଲ୍ମ ‘ସମଶେରା’ରେ ତାଙ୍କୁ ମଧ୍ୟ ଦେଖିବାକୁ ମିଳିବ। ଏଥିରେ ରହିଛନ୍ତି ସଞ୍ଜୟ ଦତ୍ତ ଓ ରଣବୀର କପୁର। ଫିଲ୍ମ ‘ଚଣ୍ଡିଗଡ କରେ ଆସିକି’ରେ ବାଣୀଙ୍କୁ ଲିଡ୍ ରୋଲରେ ରହିଛନ୍ତି। ପ୍ରଥମ କରି ସେ ଆୟୁଷମାନ ଖୁରାନାଙ୍କ ସହ ସ୍କ୍ରିନ ସେଆର କରିବେ।

Leave A Reply

Your email address will not be published.