ସୋସିଆଲ୍ ମିଡିଆରେ କାଜଲ୍ ଅଗ୍ରୱାଲଙ୍କ ବିବାହ ଫଟୋ ଭାଇରାଲ୍

ମୁମ୍ବାଇ : ବଲିଉଡ ଅଭିନେତ୍ରୀ କାଜଲ୍ ଅଗ୍ରୱାଲ ବୟଫ୍ରେଣ୍ଡ ଗୌତମ କିଚଲୁଙ୍କୁ ମୁମ୍ବାଇର ଏକ ହୋଟେଲରେ ବିବାହ କରିଛନ୍ତି। କରୋନା ପାଇଁ କେବଳ ତାଙ୍କ ଘର ଲୋକଙ୍କ ଉପସ୍ଥିତିରେ ବିବାହ ହୋଇଛି।

କାଜଲ୍ ଓ ଗୌତମ ଏବେ ନୂଆ ଯାତ୍ରା ଆରମ୍ଭ କରିଛନ୍ତି। କାଜଲ୍ ବିବାହ ପାଇଁ ଲାଲ ରଙ୍ଗର ଲେହେଙ୍ଗା ବାଛିଥିଲେ। ମଥା ପଟ୍ଟି, କମରବନ୍ଧ ଓ ହେଭି ନେକଲେସ୍ ତାଙ୍କ ଲୁକକୁ ପୂରା କରୁଛି। କନିଆଁ ବେଶରେ ସେ ଦେଖାଯାଉଛନ୍ତି ବେଶ ସୁନ୍ଦର। ସେହିପରି ଗୌତମ ହ୍ଵାଇଟ୍ କଲରର ଶେରୱାନିରେ ନଜର ଆସିଛନ୍ତି। ଉଭୟଙ୍କ ବରମାଳାର ରଙ୍ଗ ମଧ୍ୟ ହ୍ଵାଇଟ୍। ଯାହାକୁ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି।

କାଜଲଙ୍କ ସ୍ଵାମୀ ଗୌତମ କିଚଲୁ ଜଣେ ଏଣ୍ଟରପ୍ରେନର ଓ ଡିସ୍ସର୍ଣ୍ଣ ଲିଭିଂ ଡିଲଡିଜାଇନ୍ ଶପ୍‌ର ଫାଉଣ୍ଡର। ସେ ଜଣେ ଇଣ୍ଟେରିୟର ଡିଜାଇନର। ହାଉସ୍ ଡିଜାଇନ୍ ବ୍ୟତୀତ ଗୌତମ କିଚଲୁଙ୍କ କମ୍ପାନୀ ଫର୍ଣ୍ଣିଚର, ଡେକୋର ଆଇଟମ୍ସ, ପେଣ୍ଟିଂସ୍ ଓ ଅନ୍ୟ ହାଉସହୋଲ୍ଡ ଜିନିଷ ସେଲ୍ କରନ୍ତି।

ମତାମତ ଦିଅନ୍ତୁ ।