ଶୌଭିକଙ୍କ ବନ୍ଧୁଙ୍କ ଦାମୀ କାର୍ ଜବତ

ମୁମ୍ବାଇ : ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲା ସହିତ ଡ୍ରଗ୍ସ ଲିଙ୍କର ତଦନ୍ତ ନାର୍କୋଟିକ୍ସ କଣ୍ଟ୍ରୋଲ ବୋର୍ଡ଼ କରୁଛି। ତଦନ୍ତକାରୀ ସଂସ୍ଥା ଏନସିବି ଡ୍ରଗ୍ସ ରାକେଟର ନିକଟତର ହେଉଥିବା ବେଳେ ଗୋଟିଏ ପରେ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଏହି କ୍ରମରେ ବଲିଉଡ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ଭାଇ ଶୌଭିକ ଚକ୍ରବର୍ତ୍ତୀଙ୍କ ବନ୍ଧୁ କରମଜିତ ସିଂହଙ୍କ ଏକକୋଟି ଟଙ୍କାର କାର୍ ଜବତ କରାଯାଇଛି।

ସୂଚନାଯୋଗ୍ୟ ଶୌଭିକଙ୍କ କଲେଜ ସାଥୀ ସୂର୍ଯ୍ୟଦୀପ ମାଲହୋତ୍ରାଙ୍କୁ ପଚରାଉଚୁରା ପରେ ଗୋଆରୁ ଧରାଯାଇଥିବା ଡ୍ରଗ୍ସ ପେଡଲର କ୍ରିସ୍ କୋଷ୍ଟାକୁ ଗିରଫ କରାଯାଇଥିଲା। କ୍ରିସ୍ କୋଷ୍ଟାକୁ ସେପ୍ଟେମ୍ବର ୧୭ ଓ ସୂର୍ଯ୍ୟଦୀପଙ୍କୁ ସେପ୍ଟେମ୍ବର ୧୮ତାରିଖ ଯାଏଁ ଏନସିବିର ହେପାଜତକୁ ନେଇଥିବା ବେଳେ ଇତି ମଧ୍ୟରେ ରିୟା ଓ ଶୌଭିକଙ୍କ ସମେତ ୧୮ଜଣଙ୍କୁ ଗିରଫ କରାଯାଇଛି।

ମତାମତ ଦିଅନ୍ତୁ ।