ସୌନ୍ଦର୍ଯ୍ୟ ପାଇଁ କୁକୁର ମୂତ ପିଉଛନ୍ତି ଏଇ ଯୁବତୀ

ଦୁନିଆରେ ଅନେକ ବିଚିତ୍ର କଥା ଶୁଣିବାକୁ ମିଳେ। କିଏ ରେକର୍ଡ କରିବାକୁ ଦୁଃସାହସ ପ୍ରଦର୍ଶନ କରେ। ଆଉ କିଏ ନିଜକୁ ଫିଟ ରଖିବାକୁ ଆପଣାଏ ଭିନ୍ନ ପନ୍ଥା। କିନ୍ତୁ ସୌନ୍ଦର୍ଯ୍ୟ ବଢାଇବା ପାଇଁ କୁକୁର ମୁତ ପିଇବା କେବେ ଶୁଣି ନଥିବେ। ହେଲେ ଏହା ସତ। ଆମେରିକାର ଲୀନ୍ ନାମକ ଜଣେ ଯୁବତୀ ଏପରି କରୁଛନ୍ତି। ନିୟମିତ ପିଉଛନ୍ତି କୁକୁର ମୂତ।

ଖବର ହେଲା ଦିନେ କିମ୍ବା ବେଲାଏ ନୁହେଁ ଦୁଇ ତିନିବର୍ଷ ପୂର୍ବରୁ ଲୀନ୍ କୁକୁର ମୂତ ପିଇବା ଆରମ୍ଭ କରିଥିଲେ। ଆଜି ପର୍ଯ୍ୟନ୍ତ ତାହା ଜାରି ରଖିଛନ୍ତି। ଲୀନ୍ କୁହନ୍ତି ଏମିତି କରିବାରେ ତାଙ୍କୁ ଆଦୌ ଖରାପ ଲାଗେନି। କାହିଁକି ନା କୁକୁର ମୂତ ପିଇବା ଫଳରେ ତାଙ୍କର ପିମ୍ପଲ୍ସ ସମ୍ପୂର୍ଣ୍ଣ ଗାଏବ୍ ହୋଇଯାଇଛି। ଏହାଛଡା କୁକୁର ମୂତରେ ଭିଟାମିନ୍ ଏ ଓ ଅନ୍ୟ ଭିଟାମିନ୍ ରହିଛି। ଯାହା କ୍ୟାନ୍ସର ଭଳି ଘାତକ ରୋଗଠାରୁ ଦୂରେଇ ରଖିବ ବୋଲି ସେ କହିଛନ୍ତି।

ଲୀନ୍ କହିଛନ୍ତି ପ୍ରତିଦିନ ସେ ନିଜ ପୋଷା କୁକୁରକୁ ପାର୍କ ନେଇଯାଇ ମୂତ ସଂଗ୍ରହ କରନ୍ତି। ଏହାକୁ ସକାଳେ ଓ ସନ୍ଧ୍ୟାରେ ପିଅନ୍ତି। ଯେତେବେଳେ କେହି ତାଙ୍କୁ ତାଙ୍କ ସୌନ୍ଦର୍ଯ୍ୟର ରହସ୍ୟ ପଚାରନ୍ତି ସେ କୁକୁର ମୂତ ପିଉଥିବା କହନ୍ତି। କିନ୍ତୁ ଏହା ଶୁଣିବା ପରେ ସମସ୍ତେ ହସନ୍ତି ବୋଲି ଲୀନ୍ କହିଛନ୍ତି।

ମତାମତ ଦିଅନ୍ତୁ ।