‘ଶୌର୍ଯ୍ୟ’ କ୍ଷେପଣାସ୍ତ୍ର ପରୀକ୍ଷା ସଫଳ

ବାଲେଶ୍ଵର : ଭାରତର ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରା ଯାଇପାରୁଥିବା ପରମାଣୁ କ୍ଷମତା ସଂପନ୍ନ ବାଲିଷ୍ଟିକ୍‌ ମିସାଇଲ୍‌ ସୌର୍ଯ୍ୟର ନୂତନ ସଂସ୍କରଣର ପରୀକ୍ଷଣ ଆଜି ସଫଳ ହୋଇଛି।

ବାଲେଶ୍ୱର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିର ୩ନଂ ଲଞ୍ଚ ପ୍ୟାଡ଼୍‌ରୁ ସୌର୍ଯ୍ୟର ପରୀକ୍ଷଣ କରାଯାଇଛି। ସ୍ଵଦେଶୀ ଜ୍ଞାନ କୌଶଳରେ ନିର୍ମିତ ଏହି କ୍ଷେପଣାସ୍ତ୍ରକୁ ଭାରତୀୟ ସେନାରେ ପୂର୍ବରୁ ସାମିଲ କରାଯାଇସାରିଛି। ଏବେ ସେନାବାହିନୀରେ ଥିବା କ୍ଷେପଣାସ୍ତ୍ରର ତୁଳନାରେ ‘ଶୌର୍ଯ୍ୟ’ ବ୍ୟବହାର ନିମନ୍ତେ ଅଧିକ ହାଲୁକା ଓ ସହଜ ହେବ। ଲକ୍ଷ୍ୟସ୍ଥଳକୁ ଗତି କରିବା ବେଳେ ଗତି ପଥର ଅନ୍ତିମ ପର୍ଯ୍ୟାୟରେ ବା ଲକ୍ଷ୍ୟ ଭେଦ କରିବାର ଅଳ୍ପ ସମୟ ପୂର୍ବରୁ କ୍ଷେପଣାସ୍ତ୍ର ‌‘ଶୌର୍ଯ୍ୟ’ ହାଇପର୍‌ସୋନିକ୍ ବେଗରେ ଗତି କରିବ।

ସୌର୍ଯ୍ୟ ମିସାଇଲ୍‌ର ଲମ୍ବ ୧୦ମିଟର ଓ ଓସାର ୨.୪ ଫୁଟ। ୨୦୦ କେଜିରୁ ୧ ଟନ ଓଜନର ଉଭୟ ପାରମ୍ପରିକ ଓ ଅଣୁଅସ୍ତ୍ର ବହନ କରିବାର କ୍ଷମତା ଏହାର ରହିଛି। ଏକ ହଜାର କିଲୋଗ୍ରାମ ବିଶିଷ୍ଟ ଏହି କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦୀ କ୍ଷମତା ସାତ ଶହରୁ ୧୯ଶହ କିଲୋମିଟର ରହିଛି।

ମତାମତ ଦିଅନ୍ତୁ ।