Wed. Feb 26th, 2020

ପାକିସ୍ତାନ ଓ ବାଂଲାଦେଶରେ ହିନ୍ଦୁଙ୍କ ସଂଖ୍ୟା କମୁଛି

ନୂଆଦିଲ୍ଲୀ: ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନରେ ସଂଖ୍ୟାଲଘୁମାନେ ଅତ୍ୟାଚାରର ଶିକାର ହେଉଛନ୍ତି। କିନ୍ତୁ ମୁସଲିମ୍ ମାନେ ରହିଛନ୍ତି ସୁରକ୍ଷିତ। ଦେଶ ବିଭାଜନ ପରେ ଏ ତିନି ଦେଶରେ ସଂଖ୍ୟାଲଘୁ ଥିବା ହିନ୍ଦୁ, ଶିଖ, ପାର୍ସୀ, ବୌଦ୍ଧ ଓ ଜୈନ ଧର୍ମାଲମ୍ବୀଙ୍କ ସଂଖ୍ୟା ହ୍ରାସ ପାଉଛି।

ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଭାରତ-ପାକିସ୍ତାନ ବିଭାଜନ ପରେ ୧୯୫୧ ମସିହାଠାରୁ ପାକିସ୍ତାନରେ ହିନ୍ଦୁଙ୍କ ସଂଖ୍ୟା ଅନେକ କମିଛି। ଭୌଗଳିକ ଦୃଷ୍ଟିକୋଣ ଓ ଜନସଂଖ୍ୟାକୁ ଦେଖିଲେ ୧୯୮୮ରେ ପାକିସ୍ତାନରେ ହିନ୍ଦୁଙ୍କ ସଂଖ୍ୟା ୨୧ ଲକ୍ଷ ଥିଲା। ୨୦୧୭ ଜନଗଣନା ଅନୁସାରେ ପାକିସ୍ତାନର ଜନସଂଖ୍ୟା ୨୦.୭ କୋଟି। ହିନ୍ଦୁଙ୍କ ସଂଖ୍ୟା ରହିଛି ୩୦ ଲକ୍ଷ। କିନ୍ତୁ ମୁସଲମାନଙ୍କ ସଂଖ୍ୟା ବହୁ ପରିମାଣରେ ବଢ଼ିଛି।

୧୯୩୧ରେ ପାକିସସ୍ତାନ ଜନସଂଖ୍ୟାର ୧୫ ପ୍ରତିଶତ ହିନ୍ଦୁ ଥିଲେ। ୧୯୪୧ରେ ଏହା ୧୪ ପ୍ରତିଶତ, ୧୯୫୧ରେ ୧.୩ ପ୍ରତିଶତ, ୧୯୬୧ରେ ୧.୪ ପ୍ରତିଶତ, ୧୯୮୧ରେ ୧.୫ ପ୍ରତିଶତ ଓ ୧୯୯୮ରେ ୧.୬ ପ୍ରତିଶତ ରହିଛି। ପାକିସ୍ତାନରେ ହିନ୍ଦୁଙ୍କ ସଂଖ୍ୟା କମିଥିବା ବେଳେ ପଞ୍ଜାବରେ ମୁସଲିମଙ୍କ ସଂଖ୍ୟା କମିଛି। ୧୯୪୧ରୁ ୫୧ ମଧ୍ୟରେ ପଞ୍ଜାବରେ ମୁସଲମାନ ମୋଟ ଜନସଂଖ୍ୟାର ୩୨.୩ ପ୍ରତିଶତ ଥିଲେ। ୧୯୫୧ ବେଳେକୁ ଏହା ୦.୮ ପ୍ରତିଶତ ଏବଂ ୨୦୦୧ରେ ଏହି ସଂଖ୍ୟା ୧.୬ ପ୍ରତିଶତ ରହିଛି। ୧୪ ଅଗଷ୍ଟ ୧୯୪୭ ପୂର୍ବରୁ ୨୧ ଲକ୍ଷ ମୁସଲିମ୍ ପଶ୍ଚିମ ପାକିସ୍ତାନକୁ ପଳାଇଥିଲେ। ୨୦ ଲକ୍ଷ ହିନ୍ଦୁ ଓ ଶିଖ ଆସିଥିଲେ ଭାରତ। ୧୯୫୦ ସୁଦ୍ଧା ୬୫ ଲକ୍ଷ ମୁସଲମାନ ପାକିସ୍ତାନକୁ ଓ ୪୭ ଲକ୍ଷ ହିନ୍ଦୁ ଓ ଶିଖ ଭାରତକୁ ପଳାଇ ଆସିଥିଲେ। ୧୯୪୧ରେ ଉତ୍ତର ପ୍ରଦେଶରେ ମୁସଲିମ୍ ମୋଟ ଜନସଂଖ୍ୟାର ୧୫.୪ ପ୍ରତିଶତ ଥିବା ବେଳେ ୨୦୦୧ ସୁଦ୍ଧା ଏହି ସଂଖ୍ୟା ୧୮. ୫ ପ୍ରତିଶତ ହୋଇଛି।

ସେହିପରି ବାଂଲାଦେଶରେ ହିନ୍ଦୁ ମାନଙ୍କ ସଂଖ୍ୟା ଭାରତ-ପାକିସ୍ତାନ ବିଭାଜନରୁ ୧୯୭୧ ମଧ୍ୟରେ ଅନେକ କମିଛି। ଏବେ ରହିଛି ସମାନ ସ୍ଥିତି। ବାଂଲାଦେଶରେ ରହିଛନ୍ତି ମାତ୍ର ୧୦ ପ୍ରତିଶତ ହିନ୍ଦୁ। ୧୯୫୧ରେ ହିନ୍ଦୁଙ୍କ ସଂଖ୍ୟା ବାଂଲାଦେଶ ମୋଟ ଜନସଂଖ୍ୟାର ୨୨ ପ୍ରତିଶତ ଥିବା ବେଳେ ୨୦୧୧ରେ ଏହି ସଂଖ୍ୟା ୯.୫ ପ୍ରତିଶତ ରହିଛି। ୧୯୩୧ରେ ବାଂଲାଦେଶରେ ମୋଟ ଜନସଂଖ୍ୟାର ୨୯.୪ ପ୍ରତିଶତ ହିନ୍ଦୁ ଥିଲେ। ୧୯୪୧ରେ ୨୮.୪, ୧୯୫୧ରେ ୨୨ ପ୍ରତିଶତ, ୧୯୬୧ରେ ୧୮.୪, ୧୯୭୧ରେ ୧୩.୬, ୧୯୮୧ରେ ୧୨.୧, ୧୯୯୧ରେ ୧୦.୫, ୨୦୦୧ରେ ୯.୬ ଓ ୨୦୧୧ରେ ୯.୫ ପ୍ରତିଶତ ହିନ୍ଦୁ ରହିଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *