Wed. Feb 26th, 2020

୨୦୫୦ ବେଳକୁ ପୃଥିବୀର ଜନସଂଖ୍ୟା ହେବ ୯୭୦ କୋଟି

ନୂଆଦିଲ୍ଲୀ : ପୃଥିବୀର ଜନସଂଖ୍ୟା ବଢୁଛି। ଏବେ ୭୮୦ କୋଟି ରହିଛି। ଆଗାମୀ ୨୦୫୦ ମସିହା ବେଳକୁ ଆଉ ଅଧିକ ଦୁଇଶହ କୋଟି ଯୋଡ଼ି ହେବ। ଜାତିସଂଘ ପକ୍ଷରୁ ପ୍ରକାଶିତ ‘ଦ ଓ୍ବାଲ୍ଡ ପପୁଲେଶନ ପ୍ରସପେକ୍ଟସ୍‌-୨୦୧୯’ ରିପୋର୍ଟରେ ଏହା ଦର୍ଶଯାଇଛି। ରିପୋର୍ଟରେ କୁହାଯାଇଛି ୨୦୧୯ ଡିସେମ୍ବର ସୁଦ୍ଧା ପୃଥିବୀର ଜନ ସଂଖ୍ୟା ୭୮୦ କୋଟି ରହିଥିବା ବେଳେ ୨୦୫୦ ମସିହା ବେଳକୁ ଏହି ସଂଖ୍ୟା ୯୭୦ କୋଟିରେ ପହଞ୍ଚିବ।

ସେହିପରି ଭାରତର ଜନସଂଖ୍ୟା ଏବେ ରହିଛି ପାଖାପାଖି ୧୩୭ କୋଟି। ୨୦୫୦ ଅର୍ଥାତ ଆଉ ୩୦ ବର୍ଷ ମଧ୍ୟରେ ବର୍ତ୍ତମାନର ଜନ ସଂଖ୍ୟାରେ ଆଉ ୨୭ କୋଟି ୩୦ ଲକ୍ଷ ଯୋଡ଼ି ହେବ ବୋଲି କୁହାଯାଇଛି। ଏହାବ୍ୟତୀତ ରିପୋର୍ଟରେ ଉଲ୍ଲେଖ ହୋଇଛି ଯେ ଗତ ୧୦ ବର୍ଷ ମଧ୍ୟରେ ଶିଶୁ ଜନ୍ମ ହାର କମିଛି। ଏବେ ପ୍ରତି ମହିଳା ହାରାହାରି ୨.୫ ପ୍ରତିଶତ ଶିଶୁ ଜନ୍ମ ଦେଉଥିବା ବେଳେ ୨୧୦୦ ମସିହା ବେଳକୁ ଏହା ୧.୯ ପ୍ରତିଶତରେ ପହଞ୍ଚିବ। ତେବେ ଏହି ସମୟରେ ତାଞ୍ଜାନିଆ, କଙ୍ଗୋ, ଇଥୋପିଆ, ନାଇଜେରିଆ ଆଦି ଆଫ୍ରିକାର ୧୦ଟି ଦେଶରେ ଜନସଂଖ୍ୟା ବୃଦ୍ଧି ପାଇବ ବୋଲି ରିପୋର୍ଟରେ କୁହାଯାଇଛି।

Leave a Reply

Your email address will not be published. Required fields are marked *