April 3, 2020

ଏହି ଡାକ୍ତରାଣୀ କରିଛନ୍ତି କରୋନାର ସଫଳ ମୁକାବିଲା

ନୂଆଦିଲ୍ଲୀ : ଦକ୍ଷିଣ କୋରିଆରେ କରୋନା ଭାଇରସ ସଂକ୍ରମଣରେ ରୋକ ଲାଗିଛି। ଏବେ ଆତଙ୍କ ସୃଷ୍ଟି ହେବାପରି ପରିସ୍ଥିତି ନାହିଁ। ସ୍ଥିତିରେ ସୁଧାର ଆସୁଛି। ଏସବୁର ଶ୍ରେୟ ନେଇଛନ୍ତି ମହିଳା ଡାକ୍ତର ଜେୟାଙ୍ଗ କିଓଙ୍ଗ। ସେ ମାରାତ୍ମକ କରୋନା ଭାଇରସ ବିରୋଧରେ ଲଢେଇ ଜାରି ରଖିଛନ୍ତି। ଆଉ ନିଜ ଦେଶକୁ କରୋନା କବଳରୁ ମୁକ୍ତ କରିବା ପାଇଁ ଚଳାଇଛନ୍ତି ପ୍ରୟାସ। ଯାହାଫଳରେ ଦିନକୁ ଦିନ ସଂକ୍ରମିତ ସଂଖ୍ୟା ହ୍ରାସ ପାଉଛି।

ଦକ୍ଷିଣ କୋରିଆରେ ପ୍ରଥମ କରୋନା ପଜିଟିଭ ମାମଲା ଫେବ୍ରୁଆରୀ ୪ ତାରିଖରେ ସାମ୍ନାକୁ ଆସିଥିଲା। ଏହାର ୧୦ ଦିନ ମଧ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଥିଲା। ୫୦ ବେଳକୁ ୯,୦୩୭ ଛୁଇଁଥିଲା। ୧୨୦ଜଣଙ୍କ ମୃତ୍ୟୁବରଣ କରିଥିଲେ। କୁହାଗଲା ଏକ ଧାର୍ମିକ ଉତ୍ସବ ସମୟରେ ଭାଇରସ ବ୍ୟାପିଛି। ହେଲେ ଡାକ୍ତର କିଓଙ୍ଗ ଏହି ଉତ୍ସବ ଆୟୋଜନରେ ସାମିଲ ଥିବା ପ୍ରାୟ ୨.୧୨ ଲକ୍ଷ ଲୋକଙ୍କୁ ଚିହ୍ନଟ କରି ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ।

କେବଳ ସେତିକି ନୁହେଁ କିଓଙ୍ଗଙ୍କ ଯୋଜନାରେ ଫେବ୍ରୁଆରୀ ୨୭ ସୁଦ୍ଧା ୪ଟି କମ୍ପାନୀ ଟେଷ୍ଟି କିଟ୍ ପ୍ରସ୍ତୁତ କରୁଥିଲେ। ଏବେ ଦକ୍ଷିଣ କୋରିଆରେ ଦୈନିକ ୨୦ ହଜାର ଲୋକଙ୍କ କରୋନା ଟେଷ୍ଟ୍ କରାଯାଉଛି। ଟେଲିଫୋନ୍ ବୁଥ ଆକାରର ଟେଷ୍ଟିଂ ସେଣ୍ଟର ପ୍ରତିଷ୍ଠା କରାଯାଇଛି। ସବୁଠାରୁ ବଡ କଥା ହେଲା ଦକ୍ଷିଣ କୋରିଆରେ କୌଣସି ଲକଡାଉନ୍ କରାଯାଇ ନାହିଁ। ସମସ୍ତ କାର୍ଯ୍ୟାଳୟ ଖୋଲା ରହିଛି। ଏପ୍ରିଲ ପହିଲାରୁ ସ୍କୁଲଗୁଡ଼ିକ ମଧ୍ୟ ଖୋଲିବ। ପରିସ୍ଥିତିକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରିବା ପାଇଁ ସିଡିସି ଅଧିକରୁ ଅଧିକ ଲୋକଙ୍କୁ ପରୀକ୍ଷା କରିବା ଉପରେ ଧ୍ୟାନ ଦେଉଛି।

କରୋନା ମୁକାବିଲାରେ ନିଜର ଦକ୍ଷତା ପ୍ରଦର୍ଶନ କରିଥିବା କିଓଙ୍ଗଙ୍କୁ ସେଣ୍ଟର ଫର୍ ଡିଜିଜ୍ ଆଣ୍ଡ ପବ୍ଲିକ କଣ୍ଟ୍ରୋଲର ନିର୍ଦ୍ଦେଶକ ଦାୟିତ୍ଵ ପ୍ରଦାନ କରାଯାଇଛି। ଏହି ଅନୁଷ୍ଠାନର ସେ ହେଉଛନ୍ତି ପ୍ରଥମ ମହିଳା ନିର୍ଦ୍ଦେଶକ। ଅନ୍ୟପକ୍ଷରେ ସିଡିସିର ପୂର୍ବତନ ନିର୍ଦ୍ଦେଶକ କହିଛନ୍ତି କିଓଙ୍ଗଙ୍କଠାରୁ ଆଉ କେହି ଭଲ କାମ କରିପାରିବେ ନାହିଁ। ତାଙ୍କ ପାଖରେ ଅନେକ ଅନୁଭବ ରହିଛି।

Leave a Reply

Your email address will not be published. Required fields are marked *