ବିଜେଡି ଫେରିବାକୁ ଦାମ ବ୍ୟାକୁଳ

ଭୁବନେଶ୍ଵର : ବିଜେଡି ଫେରିବାକୁ ଆଶା ରଖିଛନ୍ତି ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ। ତାଙ୍କ କଥାରୁ ଏହି ଆଭାସ ମିଳିଛି। ସେ କହିଛନ୍ତି ମୁଁ ବିଜେଡିର ଲୋକ। କୌଣସି କାରଣରୁ ବିଜେଡି ସଭାପତି ମୋତେ ଦଳରୁ ବହିଷ୍କାର କଲେ। ଏବେ ବିହିଷ୍କାର ପ୍ରତ୍ୟାହାର କଲେ ମୋର ପରିଚୟ ସହ ବିଜେଡି ପୁଣି ଯୋଡି ହେବ। ସେ ଆହୁରି କହିଛନ୍ତି ମୁଁ ସବୁବେଳେ ବିଜେଡି ସହ ଥିଲି। ଦଳରେ ଯୋଗଦେବା କି ନଦେବା ବିଜେଡି ସଭାପତିଙ୍କ ଉପରେ ନିର୍ଭର କରେ। କିନ୍ତୁ ବିଜେପି ଗଣତନ୍ତ୍ର ନୁହେଁ ଦଳତନ୍ତ୍ରରେ ବିଶ୍ଵାସ କରେ। ବିଭିନ୍ନ ରାଜ୍ୟରେ ଅସ୍ଥିରତା ସୃଷ୍ଟି କରି ବିଜେପି ନିଜ ସରକାର ଗଠନ କରିବାକୁ ଚାହୁଁଛି। ହେଲେ ମହାରାଷ୍ଟ୍ରରେ ସଫଳ ହେଲାନି। ଦେଶର ବହୁଦଳୀୟ ଗଣତନ୍ତ୍ର ବ୍ୟବସ୍ଥାରେ ବିଜେପି ବିଶ୍ଵାସ କରେନି ବୋଲି ଦାମ ମତ ଦେଇଛନ୍ତି।

ଦାମଙ୍କର ଏହି ମତାମତକୁ ନେଇ ସାଧାରଣରେ ଚର୍ଚ୍ଚା ଆରମ୍ଭ ହୋଇଛି। ଲୋକେ କହୁଛନ୍ତି ଦାମ ନିଜର ଲୋକପ୍ରିୟତାକୁ ନେଇ ଦମ୍ଭ ଦେଖାଉଥିଲେ। କୁଆଡେ ଗଲା ସେ ଟାଣପଣ ? ୨୦୧୯ ନିର୍ବାଚନ ପୂର୍ବରୁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଲଢିବାକୁ ସେ ଦୁଃସାହସ କରିଥିଲେ। ଏବେ ବିଜେଡ଼ିକୁ ଫେରିବାକୁ ବ୍ୟାକୁଳ କାହିଁକି ? କେତେକ କହୁଛନ୍ତି ବିଜେପିରୁ ଦାମ ବିଦା ହୋଇଥାନ୍ତେ। ଏହି ପରିସ୍ଥିତି ଆସିବା ପୂର୍ବରୁ ଦଳ ଛାଡିଦେଲେ। ତେବେ ସତ କଣ ଏ କଥା କହୁଥିବା ଲୋକେ ଜାଣନ୍ତି।

ମତାମତ ଦିଅନ୍ତୁ ।