ବବିଙ୍କୁ ବଦନାମ କରିବା ପାଇଁ ଷଢଯନ୍ତ୍ର

ଭୁବନେଶ୍ୱର : ଭାରତୀୟ ପୁରାଣ ଶାସ୍ତ୍ରରେ ଉଲ୍ଲେଖ ରହିଛି କର୍ମ ଘେନି ଫଳ। ଯିଏ ଯେମିତି କାମ କରେ ତାହାକୁ ସେହି ଅନୁଯାୟୀ ଫଳ ପ୍ରାପ୍ତି ହୁଏ। ଏହି ନ୍ୟାୟରେ ବିଚାର କଲେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ (ବବି)ଙ୍କୁ ପରିଶ୍ରମର ଫଳ ମିଳିଛି। ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଠିକ ଦକ୍ଷତା ଆକଳନ କରିବା ପରେ ବବିଙ୍କୁ ଦେଇଛନ୍ତି ବିଜେଡିର ସାଙ୍ଗଠନିକ ସମ୍ପାଦକ ଦାୟିତ୍ଵ। ମାର୍ଚ୍ଚ ପାଞ୍ଚ ତାରିଖ ବିଜୁ ଜୟନ୍ତୀରେ ନବୀନ ଏହି ଘୋଷଣା କରିବା ସହିତ ବବିଙ୍କ ନାଁ ନେଇ ପ୍ରଶଂସା କରିଛନ୍ତି। କିନ୍ତୁ ଏହାକୁ ହଜମ କରିନପାରି କିଛି ନେତା ବାହାରେ ଚର୍ଚ୍ଚା କରୁଛନ୍ତି। କୁହାଯାଉଛି ସେମାନେ କୁଆଡେ ବୈଜୟନ୍ତଙ୍କ ସମର୍ଥକ।

ବିଧାୟକ ପ୍ରଣବ ପ୍ରକାଶ ଦାସ (ବବି)ଙ୍କୁ ଦଳର ନୂତନ ଦାୟିତ୍ୱ ମିଳିଥିବାରୁ ବିଜେଡି ଛାତ୍ର ଓ ଯୁବ ସଂଗଠନ ତାଙ୍କୁ ଦଳୀୟ କାର୍ଯ୍ୟାଳୟରେ ସମ୍ବର୍ଦ୍ଧିତ କରିଥିଲେ। ହେଲେ କାର୍ଯ୍ୟକ୍ରମ ପୂର୍ବରୁ ବିଜେଡ଼ିରୁ ବିଦା ହୋଇଥିବା ନେତାଙ୍କ ପରିବାରର ଏକ ଡିଜିଟାଲ ମିଡିଆରେ ପୋଷ୍ଟରକୁ ନେଇ ଖବର ପ୍ରକାଶ ପାଇଲା। ପୋଷ୍ଟରରେ ଥିଲା କେବଳ ବବିଙ୍କ ଫୋଟୋ। ନବୀନଙ୍କ ଫୋଟୋ ନଥିଲା। ଏ ବିଷୟରେ ବବି ଜାଣି ନଥିଲେ। ରୁମ ଭିତରକୁ ପଶିବା ପରେ ଜାଣିଲେ ଏହା ଷଡଯନ୍ତ୍ର। ସେ ଚାହିଁଥିଲେ ସେଠାରୁ ପଳାଇ ଯାଇଥା’ନ୍ତେ। କିନ୍ତୁ ତାହା କଲେ ନାହିଁ। କାରଣ ତାଙ୍କୁ ଭଲ ପାଉଥିବା କିଛି ନେତାଙ୍କ ମନୋବଳ ଭାଙ୍ଗି ଯିବ। ଦେଖାଯାଇଛି ବବି କେବେ ମିଡ଼ିଆ ଆଗକୁ ଆସି ବାଇଟ ଦିଅନ୍ତି ନାହିଁ। ତାଙ୍କ ଉନ୍ନତିର ସବୁଶ୍ରେୟ ସେ ନବୀନ ବାବୁ ଓ ଦିବଙ୍ଗତ ପିତା ଅଶୋକ ଦାସଙ୍କୁ ଦିଅନ୍ତି।

ଆହୁରି ଆଲୋଚନା ହେଉଛି ବିଜେଡିରେ ଥିବା ବେଳେ ବୈଜୟନ୍ତ ବବିଙ୍କୁ ବିରୋଧ କରୁଥିଲେ। ବାରମ୍ବାର ବିରୋଧରେ ଖବର ପ୍ରସାରଣ କରାଯାଉଥିଲା। ହେଲେ ବବି କୌଣସି ପ୍ରତିକ୍ରିୟା ପ୍ରକାଶ ନକରି ଦଳର ସୁପ୍ରିମୋ ନବୀନଙ୍କ ଆଦର୍ଶକୁ ଅନୁକରଣ କରି ଚୁପ ରହିଥିଲେ। ଏବେ ଦଳପତି ନବୀନ ବବିଙ୍କୁ ସାଙ୍ଗଠନିକ ସମ୍ପାଦକ ଦାୟିତ୍ଵ ଦେଇ କହିଛନ୍ତି ୨୦୧୯ ସାଧାରଣ ନିର୍ବାଚନ ଓ ଦୁଇଟି ଉପ ନିର୍ବାଚନରେ ଯାଜପୁର ପ୍ରଣବ ପ୍ରକାଶ ଦାସ ଦଳ ପାଇଁ କଠିନ ପରିଶ୍ରମ କରିଥିବାରୁ ସଫଳତା ମିଳିଛି। ନବୀନଙ୍କର ଏଇ ପ୍ରଶଂସକୁ ଦଳର କିଛି ଅସହିଷ୍ଣୁ ନେତାଙ୍କୁ ଅସହ୍ୟ ହୋଇଛି। ଦଳୀୟ କାର୍ଯ୍ୟାଳୟରେ ସେମାନେ କରୁଥିବା ମଉଜ ମଜଲିସରେ ବବିଙ୍କ ପଦୋନ୍ନତି ପ୍ରତିବନ୍ଧକ ସାଜିବ ବୋଲି ଅନୁମାନ କରିଛନ୍ତି। ଆହୁରି କଥା ଉଠୁଛି କିଛି ନେତା ଗତ ନିର୍ବାଚନରେ ବିଜେପି ଟିକେଟରେ ଲଢ଼ିଥିବା ସମ୍ପର୍କୀୟ ନେତାଙ୍କୁ କୁଆଡେ ସମର୍ଥନ କରିଥିଲେ। ଏ ଖବର ବିଜେଡି ପାୱାର କରିଡ଼ରରେ ପହଂଚିଥିବା ଆଲୋଚନା ହେଉଛି।

ସବୁଠାରୁ ଗୁରୁତ୍ଵପୂର୍ଣ୍ଣ କଥା ହେଲା କ୍ଷମତା ପାଇବା ପରେ ବବି ଦଳୀୟ ବିଶୃଙ୍ଖଳା ବିରୋଧରେ କଠୋର ହୋଇପାରନ୍ତି। ଏହି ଭୟରେ ବିଶୃଙ୍ଖଳାକାରୀ ତାଙ୍କ ବିରୋଧରେ ଷଡଯନ୍ତ୍ର ଆରମ୍ଭ କରିଛନ୍ତି। କିନ୍ତୁ ସମସ୍ତଙ୍କୁ ସାଥିରେ ନେଇ ଚାଲିବାର କଳା ବବିଙ୍କୁ ଭଲଭାବେ ଜଣା। ସେ ଅସନ୍ତୁଷ୍ଟମାନଙ୍କୁ କୋଳେଇ ନେଇ କାର୍ଯ୍ୟ କରିବେ ଏଥିରେ ସନ୍ଦେହ ନାହିଁ। ସେ ସମୟରେ ଷଡଯନ୍ତ୍ରକାରୀ ନେତାଙ୍କର କଣ ହେବ ତାହା ସମସ୍ତଙ୍କୁ ଜଣା। କିଏ ଦେବ ସୁରକ୍ଷା ?

1 Comment

  1. କିଛି ଲୋକ ଏମିତିକା ଥାନ୍ତି,ସହି ପାରନ୍ତିନି,ତାକୁଂ ବି ବବିକଂ ତରଫରୁ wel-come

ମତାମତ ଦିଅନ୍ତୁ ।