ଶ୍ରମିକଙ୍କ ମଜୁରୀ ବଢିଲା

ଭୁବନେଶ୍ୱର: ରାଜ୍ୟର ସବୁ ଶ୍ରେଣୀର ଶ୍ରମିକଙ୍କ ଦୈନିକ ମଜୁରୀ ୫ ଟଙ୍କା ୪୦ପଇସା ବଢ଼ାଇଛନ୍ତି ରାଜ୍ୟ ସରକାର। ଅଣକୁଶଳୀ ଶ୍ରମିକଙ୍କ ମଜୁରୀ ୩୦୩ ଟଙ୍କା ୪୦ ପଇସା ହୋଇଥିବା ବେଳେ ଅର୍ଦ୍ଧକୁଶଳୀ ଶ୍ରମିକଙ୍କ ମଜୁରୀ ହେଲା ୩୪୩ ଟଙ୍କା ୪୦ ପଇସା। ସେହିଭଳି କୁଶଳୀ ଶ୍ରମିକଙ୍କ ମଜୁରୀ ୩୯୩ ଟଙ୍କା ୪୦ ପଇସା ହୋଇଥିବା ବେଳେ ଅତିକୁଶଳୀ ଶ୍ରମିକଙ୍କ ମଜୁରୀ ବଢ଼ି ୪୫୩ ଟଙ୍କା ୪୦ ପଇସା ହୋଇଛି। ଏହା ଦ୍ୱାରା ମଜୁରୀଆଙ୍କ ଆର୍ଥିକ ମେରୁଦଣ୍ଡ ସୁଦୃଢ଼ ହେବ ବୋଲି ସରକାର କହିଛନ୍ତି।

ମତାମତ ଦିଅନ୍ତୁ ।