ଶ୍ରୀଜିଉଙ୍କ ଦର୍ଶନ ପାଇଁ ଅନଲାଇନ୍ ପଞ୍ଜିକରଣ ପ୍ରସ୍ତାବ, ବାଧ୍ୟତାମୂଳକ ହେବ ପ୍ରମାଣପତ୍ର ଦାଖଲ

ପୁରୀ : କରୋନା କଟକଣା ପାଇଁ ୪ମାସରୁ ଅଧିକ ହେବ ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ରହିଛି। ତେବେ ଏହି ସମୟରେ ଶ୍ରୀଜିଉଙ୍କ ଦର୍ଶନ ଶ୍ରଦ୍ଧାଳୁମାନେ କିପରି କରିପାରିବେ ସେ ନେଇ ବିଚାରବମର୍ଶ ଆରମ୍ଭ ହୋଇଛି। ପ୍ରସ୍ତାବ ରହିଛି ଦର୍ଶନ ଲାଗି ଅନଲାଇନରେ ପଞ୍ଜିକରଣ କରାଯିବ। ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏହା ଗୃହୀତ ହେଲେ କାର୍ଯ୍ୟକାରୀ କରାଯିବ।

ପ୍ରସ୍ତାବ ଅନୁଯାୟୀ ଶ୍ରୀଜିଉଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କୁ ଅନଲାଇନ୍‌ ପଞ୍ଜିକରଣ କରିବାକୁ ପଡ଼ିବ। ଏଥିପାଇଁ ସ୍ଵତନ୍ତ୍ର ୱେବସ‌ାଇଟ୍ ଖୋଲାଯିବ। ଦର୍ଶନାଭିଳାଷୀ ଏହି ୱେବସାଇଟରେ ନିଜର ନାମ ପଞ୍ଜିକରଣ କରିବା ସହିତ କୋଭିଡ୍-୧୯ ଗାଇଡଲାଇନ୍ ଅନୁସାରେ ପରିଚୟ ଓ କରୋନା ପରୀକ୍ଷା ରିପୋର୍ଟ ଦାଖଲ କରିବେ। ଏହାପରେ ସେମାନଙ୍କୁ ଦର୍ଶନ ଲାଗି ସମୟ ଦିଆଯିବ। ପ୍ରଥମେ ପୁରୀ ଶ୍ରଦ୍ଧାଳୁଙ୍କୁ ଦର୍ଶନ ସୁବିଧା ମିଳିବ।

  ପଶ୍ଚିମ ଓଡ଼ିଶାର ୧୫ ପ୍ୟାକ୍ସ ସମ୍ପାଦକ ନିଲମ୍ବିତ

ସେହିପରି କୋଭିଡ ମାର୍ଗଦର୍ଶିକା ଅନୁଯାୟୀ ଶ୍ରଦ୍ଧାଳୁ ନେଗେଟିଭ୍ ପ୍ରମାଣପତ୍ର ଦେବାପରେ ଦିନକୁ ନିର୍ଦ୍ଦିଷ୍ଟ ସଂଖ୍ୟକ ଶ୍ରଦ୍ଧାଳୁଙ୍କୁ ଦର୍ଶନ ସୁଯୋଗ ମିଳିବ। ଅନ୍‌ଲାଇନ୍‌ ଦର୍ଶନ ସମ୍ପର୍କରେ ସରକାରଙ୍କୁ ଅବଗତ କରାଯାଇଛି ବୋଲି ପରିଚାଳନା କମିଟି ସଦସ୍ୟ ରାମଚନ୍ଦ୍ର ଦାସ ମହାପାତ୍ର ସୂଚନା ଦେଇଛନ୍ତି।

ମତାମତ ଦିଅନ୍ତୁ ।