Breaking Newsରାଜ୍ୟ

ଶ୍ରୀଜିଉଙ୍କ ରଥ ଭଙ୍ଗାଯିବ ନାହିଁ: ମୁଖ୍ୟ ପ୍ରଶାସକ

ପୁରୀ : ଚଳିତବର୍ଷ ରଥଯାତ୍ରା (୨୦୨୦) ସ୍ମରଣୀୟ ହୋଇରହିବ। ଶ୍ରୀଜିଉଙ୍କ ତିନି ରଥ ଭଙ୍ଗାଯିବ ନାହିଁ। ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ, ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ଓ ଦେବୀ ସୁଭଦ୍ରାଙ୍କର ଦର୍ପଦଳନ ରଥକୁ ନଭାଙ୍ଗି ଜଗନ୍ନାଥ ବଲ୍ଲଭ ପରିସରରେ ରଖାଯିବ। ଲାଗି ସ୍ଥିର କରାଯାଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।

ବୁଧବାର ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଏକ ଗୁରୁତ୍ୱ ପୂର୍ଣ୍ଣ ବୈଠକ ବସିଥିଲା। ମହାରଣା ଓ ଭୋଇ ସେବାୟତମାନଙ୍କୁ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ପରିଚାଳନା କମିଟିର ସଦସ୍ୟମାନେ ଆଲୋଚନା କରିଥିଲେ। ବିଶେଷ କରି ଗତ ପରିଚାଳନା କମିଟି ଓ ଛତିଶା ନିଯୋଗର ମିଳିତ ବୈଠକର ନିଷ୍ପତି ଅନୁଯାୟୀ ଚଳିତ ବର୍ଷ ଯେଉଁ ତିନଟି ରଥ ରହିଛି ତାକୁ ସଂରକ୍ଷଣ କରାଯିବାକୁ ନିଷ୍ପତି ହୋଇଥିବା ବେଳେ ଏହା ଉପରେ ତର୍ଜମା କରାଯାଉଥିବା ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି। ତେଣୁ ମହାପ୍ରଭୁଙ୍କ ତିନଟି ରଥକୁ ଶ୍ରୀଜଗନ୍ନାଥ ବଲ୍ଲଭ ମଠରେ ରଖାଯିବ। ତେବେ ଵିଧି ମୁତାବକ ତିନି ରଥକୁ ଯେଭଳି ଭଙ୍ଗା ଯିବା କଥା ଭଂଗାଯିବ। ଭଂଗାଯିବା ପରେ ଯେତିକି ଅଂଶ ସରକ୍ଷିତ ରଖାଯାଇ ପାରିବ ସେହି ଅଂଶକୁ ଶ୍ରୀ ଜଗନ୍ନାଥ ବଲ୍ଳଭ ମଠକୁ ନିଆଯିବ। ସେଠାରେ ପୂର୍ବରୁ ପ୍ରସ୍ତୁତ ହୋଇଥିବା ଶ୍ରୀ ଜଗନ୍ନାଥ ବଲ୍ଳଭ ଉର୍ଣ୍ଣୟନ ପ୍ରକଳ୍ପ ମାଷ୍ଟର ପ୍ଲାନ ଅନୁସାରେ ପ୍ରତୀକାତ୍ମକ ରଥ ନିର୍ମାଣ ପାଇଁ ଯେଉଁ ପ୍ରସ୍ତାବ ରହିଛି ସେହି ଅନୁସାରେ ସରକ୍ଷିତ ଅଂଶ ଓ ଅନ୍ୟ ଅଂଶକୁ ସେଠାରେ ନିର୍ମାଣ କରାଯାଇ ରଖାଯିବ| ମୁଖ୍ୟତଃ ଏହାକୁ କିଭଳି ସଂରକ୍ଷିତ ରଖାଯାଇ ପାରିବ। ଏଥିରେ ଉଇ କିଭଳି ନଲାଗିବ ସେଥିପ୍ରତି ମଧ୍ୟ ଦୃଷ୍ଟି ଦିଆଯାଉଛି।

ସେ କହିଛନ୍ତି ତିନଟିରଥକୁ ସରକ୍ଷିତ ରଖିବା ପାଇଁ ପୂର୍ବରୁ ମଧ୍ୟ ଶ୍ରୀଜଗନ୍ନାଥ ବଲ୍ଲଭ ଉର୍ଣ୍ଣୟନ ପ୍ରକଳ୍ପରେ ପ୍ରସ୍ତାବ ରହିଥିଲା। ସେହି ପ୍ରସ୍ତାବ ଆଧାରରେ ଚଳିତ ବର୍ଷ ମହାପ୍ରଭୁଙ୍କ ବ୍ୟବହାର ତିନି ରଥକୁ ସରକ୍ଷିତ କରି ରଖିବା ପାଇଁ ନିଷ୍ପତ୍ତି ନିଆଯାଇଛି। ପରବର୍ତ୍ତୀ ସମୟରେ ଅଧିକ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯିବାକୁ ସ୍ଥିର ହୋଇଛି। ଏହାଛଡା ଏକ ଟେକ୍ନିକାଲ ଟିମ ଗଠନ କରାଯାଇ ତର୍ଜମା କରାଯାଉଛି।

ଅନ୍ୟପକ୍ଷରେ ରାଜ୍ୟସରକାରଙ୍କ ପକ୍ଷରୁ କୋଭିଡ କେୟାର ସେଣ୍ଟର ଓ କୋଭିଡ ମେଡିକାଲ ପ୍ରତିଷ୍ଠା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆଜି ନିଷ୍ପତ୍ତି ନିଆଯାଇଛି। ଜିଲ୍ଲା ପ୍ରଶାସନ, ଶ୍ରୀ ମନ୍ଦିର ପ୍ରଶାସନ ଓ ସେବାୟତମାନଙ୍କୁ ନେଇ ଏକ ଟିମ ଗଠନ କରାଯାଇ ଯେ କୌଣସି ଏକ ହୋଟେଲରେ ୩୦ଶଯ୍ୟା ଏବଂ ୧୫ ଶଯ୍ୟା ବିଶିଷ୍ଟ କୋଭିଡ କେୟାର ସେଣ୍ଟର ଓ କୋଭିଡ ହସ୍ପିଟାଲ ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ହୋଇଛି। ସେହି କ୍ରମରେ ଶ୍ରୀମନ୍ଦିର ସେବାୟତ, କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀମାନଙ୍କୁ ଆଗାମୀ ଦିନରେ କିଭଳି ସୁରକ୍ଷିତ ରଖାଯାଇ ପାରିବ ଓ ଚିକିତ୍ସା ଠିକ ଭାବେ କରାଯିବ ସେଥିପ୍ରତି ନଜର ରଖି ଏଭଳି ବ୍ୟବସ୍ଥା କରାଯାଉଛି ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି।

ମତାମତ ଦିଅନ୍ତୁ ।

Back to top button